ରାଜ୍ୟରେ ଖୋଲିବ ଆଉ ୪ଟି ପ୍ଲାନେଟୋରିୟମ୍, ଜାଣନ୍ତୁ କେଉଁଠି କେଉଁଠି
3/08/2019 at 12:04 PM

ଭୁବନେଶ୍ବର ୩|୮: ରାଜ୍ୟରେ ରହିଛି ଦୁଇଟି ପ୍ଲାନେଟୋରିୟମ୍ । ଆହୁରି ଚାରୋଟି ଜିଲ୍ଲାରେ ପ୍ଲାନେଟୋରିୟମ ଖୋଲିବାକୁ ପ୍ରସ୍ତାବ ରହିଛି । ଏଥିପାଇଁ ଖର୍ଚ୍ଚ ହେବ ୩୦ କୋଟି ଟଙ୍କା । ଗୋପାଳପୁର, ରାୟଗଡ଼ା, କେନ୍ଦୁଝର ଓ ବାରିପଦାରେ ଖୋଲିବ ପ୍ଲାନେଟୋରିୟମ୍ ।
ଗୋପାଳପୁରରେ ପ୍ଲାନେଟୋରିୟମ ପାଇଁ ୯ କୋଟି ଟଙ୍କା ଖର୍ଚ୍ଚ ଓ ବାକି ୩ଟି ପ୍ଲାନେଟୋରିୟମରେ ୭ କୋଟି ଲେଖାଁଏ ଖର୍ଚ୍ଚ ହେବ । ଏନେଇ ଆଜି ବିଧାନସଭା ପ୍ରଶ୍ନକାଳରେ ସୂଚନା ଦେଇଛନ୍ତି ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଅଶୋକ ପଣ୍ଡା ।
Related Posts
ନୀଳଗିରିରେ ଅଜଣା ଜନ୍ତୁ ଆତଙ୍କ, ଗୃହପାଳିତ ପଶୁଙ୍କୁ କରୁଛି ଆକ୍ରମଣ
22 January 2021