Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ଆସିଲା ଅନଲକ୍ ୬.୦ ଗାଇଡ଼ଲାଇନ୍‌
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ରାଜ୍ୟରେ ୧୪୭୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ୧୬ତାରିଖରେ ଖୋଲିବ ସ୍କୁଲ, ନବମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ପିଲା ପଢିବାକୁ ଆସିବେ
  • ||
  • ଝରକା ତାଡ଼ି ବ୍ୟାଙ୍କରୁ ଲୁଟ୍ ! ପୋଲିସର ତଦନ୍ତ ଜାରି
  • ||
  • ଭୟଙ୍କର ଭୂକମ୍ପରେ ଥରିଲା ତୁର୍କୀ ଓ ଗ୍ରୀସ : ମୃତ୍ୟୁ ସଂଖ୍ୟା ୧୭କୁ ବୃଦ୍ଧି, ୭ ଶହରୁ ଅଧିକ ଆହତ
  • ||
  • ସାଲେପୁର : ଟ୍ରକକୁ ଧକ୍କାଦେଲା ଆଉ ଏକ ଟ୍ରକ, ଜଣେ ମୃତ
  • ||

କଟକରେ ଚିନ୍ତା ବଢାଇଲା କରୋନା ସଂକ୍ରମଣ : ସହରର ୪ଟି ସ୍ଥାନକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କଲା ସିଏମସି

22/07/2020 at 2:45 PM

କଟକ ୨୨।୭: କଟକରେ କାୟା ବିସ୍ତାର କରିବାରେ ଲାଗିଛି କରୋନା । ଗୋଟିଏ ଦିନରେ ସହରରୁ ୫୪ କରୋନା ପଜିଟିଭ୍ ଚିହ୍ନଟ ହେବା ପ୍ରଶାସନ ପାଇଁ ଚିନ୍ତା ବଢାଇଛି । ସହରର ୪ଟି ସ୍ଥାନକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛି କଟକ ମହାନଗର ନିଗମ । ସହରରେ ଅଧିକରୁ ଅଧିକ ଟେଷ୍ଟିଂ ଜାରି ରହିଥିବା ବେଳେ କେଣ୍ଟେନମେଣ୍ଟ ଜୋନ୍ ପ୍ରତି ଅଧିକ ଗୁରୁତ୍ବ ଦିଆଯାଇଥିବା କହିଛନ୍ତି କମିଶନର । ହେଲେ ଖଟବିନ ସାହି ବାରିଲେନ କଣ୍ଟେନମେଣ୍ଟ ଜୋନରେ କଟକ ମହାନଗର ନିଗମ ସଠିକ୍ କାର୍ଯ୍ୟ କରୁନଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା ।

କଟକ ସହରରେ ଦିନକୁ ଦିନ ବଢିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗୋଟିଏ ଦିନରେ ସହରରୁ ୫୪ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୩୨ ପଜିଟିଭ୍ ଖଟବିନ ସାହିରୁ ଚିହ୍ନଟ ହେବା ପରେ ଏହାକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛି ସିଏମସି । ଖଟବିନ ସାହିର ବାରିଲେନକୁ ସମ୍ପୂର୍ଣ୍ଣ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି । ସେହିପରି ଶଙ୍କରପୁର ପରିଡା ସାହିକୁ ମଧ୍ୟ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି । ତେବେ ଖଟବିନ ସାହିରେ ଉପଯୁକ୍ତ ବିଶୋଧନ କରାଯି ନଯିବାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଛି । ଏଥିସହ ଉପଯୁକ୍ତ ଅତ୍ୟାବଶ୍ୟକୀୟ ସାମଗ୍ରୀ ଠିକ୍ ସ୍ଥାନରେ ପହଞ୍ଚୁ ନଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟଲୋକ ।

ଖଟବିନ ସାହି ଓ ଶଙ୍କରପୁର ପରିଡାସାହି ସମେତ ସହରରେ ମୋଟ୍ ୪ଟି ସ୍ଥାନକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛି ସିଏମସି । ପୂର୍ବରୁ ରାଉସାପାଟଣା ଓ ପ୍ରତାପନଗରୀକୁ କଣ୍ଟେନମେଣ୍ଟ ଘୋଷଣା କରାଯାଇଥିଲା । ଏହି ଅଞ୍ଚଳରେ କିଭଳି ଲୋକମାନଙ୍କର ଅଧିକରୁ ଅଧିକ ଟେଷ୍ଟିଂ ଓ କଣ୍ଟ୍ରାକ୍ଟ ଟ୍ରେସିଂ ଜାରି ରହିଥିବା କହିଛନ୍ତି ସିଏମସି କମିଶନର । ଖଟବିନ ସାହିରେ ଜଣେ ବ୍ୟକ୍ତିଙ୍କ ଠାରେ କରୋନା ପଜିଟିଭ ନେଇ ରିପୋର୍ଟ ଆସିବା ଆଗରୁ ତାଙ୍କର ମୃତ୍ୟୁ ଘଟିଥିବା ବେଳେ ସେହି ବ୍ୟକ୍ତି ବହୁ ଲୋକଙ୍କ ସମ୍ପର୍କରେ ଆସିଥିବାରୁ ଅଧିକ ପଜିଟିଭ ସେହି ଅଞ୍ଚଳରୁ ଚିହ୍ନଟ ହୋଇଥିବା କହିଛନ୍ତି ସିଏମସି କମିଶନର ।

କଟକ ସହରରେ ଆଣ୍ଟିଜେନ୍ ଟେଷ୍ଟ ନିମନ୍ତେ ଟ୍ରେନିଂ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ପ୍ରଥମେ ସ୍ବାସ୍ଥ୍ୟକର୍ମୀଙ୍କଠାରୁ ଏହି ପରୀକ୍ଷା ଆରମ୍ଭ ହେବ ବୋଲି କହିଛନ୍ତି ସିଏମସି କମିଶନର ।

   Related Posts