କଳାହାଣ୍ଡିରେ ଗଣହତ୍ୟା: ଟାଙ୍ଗିଆରେ ହାଣି ଗୋଟିଏ ପରିବାରର ୩ଜଣଙ୍କ ସମେତ ସମୁଦାୟ ୪ଜଣଙ୍କୁ ହତ୍ୟା
6/04/2019 at 9:33 PM

ଭବାନୀପାଟଣା୬|୪: ଗାଁ ରାସ୍ତାରେ ଗଣହତ୍ୟା । ଜୟପାଟଣା ଥାନା ପଲସ ପିପଲଗୁଡା ରାସ୍ତାରୁ ଚାରି ଜଣଙ୍କ ରକ୍ତ ଜୁଡୁବୁଡୁ ମୃତ ଦେହ ଉଦ୍ଧାର ହୋଇଛି। ମୃତକ ଗୋଟିଏ ପରିବାରର ତିନି ଜଣ- ସୁଦର ନାଏକ, ଲିଗଂ ନାଏକ, ନକୁଳ ନାଏକ ଓ ଅନ୍ୟ ଜଣେ ଉପି ଶବର ।

ଚାରି ଜଣଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରାଯାଇଛି । ଘଟଣାସ୍ଥଳରେ ଜୟପାଟଣା ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି । ହତ୍ୟା ର କାରଣ ଅସ୍ପଷ୍ଟ ରହିଛି ।ଖବରନେବାରେ ଜଣାପଡିଛି ଯେ, ତିନିବର୍ଷ ତଳେ ମୃତକମାନଙ୍କ ପରିବାର ସହ ସେମାନଙ୍କ ଜଣେ ସମ୍ପର୍କୀୟଙ୍କ ପରିବାରର ସଂଘର୍ଷ ହୋଇଥିଲା ।

ଏହି ସଂଘର୍ଷରେ ସଂପର୍କୀୟଙ୍କ ପରିବାରର ଜଣଙ୍କ ମୃତ୍ୟୁ ହୋଇଥିଲା । ପୋଲିସ ସେହି ଦିଗ ଉପରେ ମଧ୍ୟ ତଦନ୍ତ କରୁଛି । ମୃତକମାନେ ସଂଧ୍ୟରେ ବାଇକ ଯୋଗେ ଯାଉଥିବାବେଳେ ତାଙ୍କ ଉପରେ ସଂଘବଦ୍ଧଭାବେ ଆକ୍ରମଣ ହୋଇଥିବା ଅନୁମାନ କରାଯାଉଛି ।