ଶିକ୍ଷକଙ୍କ ପରିବାରକୁ ପଣବନ୍ଦୀ ଘଟଣା, ଉଦ୍ଧାର ହେଲେ ପରିବାରର ୪ ସଦସ୍ୟ

Published By : Prameya-News7 Bureau | June 15, 2021 IST

ବଲାଙ୍ଗୀର ୧୫।୦୬: ବନ୍ଧୁକ ମୁନରେ ଶିକ୍ଷକଙ୍କ ପରିବାରକୁ ପଣବନ୍ଦୀ ଘଟଣା । ପରିବାରର ୪ଜଣଙ୍କୁ ଉଦ୍ଧାର କଲା ପୋଲିସ । ପଣବନ୍ଦୀ ଥିବା ପରିବାରର ସଦସ୍ୟଙ୍କୁ କୌଶଳ କ୍ରମେ ଉଦ୍ଧାର କରିଛି ପୋଲିସ । ଉଦ୍ଧାର ହୋଇଥିବା ସଦସ୍ୟମାନେ ହେଲେ ମଦନମୋହନ ହୋତା, ଦିବ୍ୟଲୋଚନ ହୋତା, ଜୋସ୍ନାମୟୀ ହୋତା, ଆଶୁତୋଷ ହୋତା । ଏବେବି ଘର ଭିତରେ ରହିଛନ୍ତି ବନ୍ଧୁକଧାରୀ ଯୁବକ ।

ଖବର ଅନୁଯାୟୀ, ଜଣେ ଯୁବକ ଏକ ବାଇକରେ ଆସି ଶାନ୍ତିପଡାର ମଦନ ମୋହନ ହୋତାଙ୍କ ପରିବାରକୁ ବନ୍ଧୁକ ଦେଖାଇ ଧମକଚମକ ଦେଉଥିବା ବେଳେ କୌଶଳ କ୍ରମେ ପରିବାର ଲୋକେ କବାଟ ଦେଇ ଏକ କୋଠରୀରେ ବନ୍ଦ ହୋଇଯାଇଥିଲେ । ଠିକ୍‌ ଏହି ସମୟରେ ପରିବାରର ଅନ୍ୟ ଜଣେ ବାହାରୁ ଆସି ବାହାରପଟୁ କବାଟ ଦେଇ ଦେଇଥିଲେ । ଫଳରେ ଘର ପୋଟିକରେ ବନ୍ଧୁକଧାରୀ ଯୁବକ ଜଣକ ବନ୍ଦ ହୋଇରହିଛନ୍ତି । ଯୁବକଙ୍କୁ କାବୁ କରିବା ସହ ପରିବାରକୁ ଉଦ୍ଧାର ପାଇଁ ପୁଲିସ ଘରକୁ ଘେରାବନ୍ଦୀ କରି ଉଦ୍ୟମ ଚଳାଇଥିଲା । ପୁଲିସ ବୁଲେଟ ପ୍ରୁଫ ଜାକେଟ ସହ ଅପରେଶନ ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲା । ତେବେ ଦୀର୍ଘ ୨ଘଣ୍ଟାରୁ ଅଧିକ ସମୟର ଅପରେସନ ପରେ ଉଦ୍ଧାର ହୋଇଛନ୍ତି ପରିବାରର ୪ଜଣ ସଦସ୍ୟ ।  ତେବେ କେଉଁ କାରଣରୁ ସେ ବନ୍ଧୁକ ଧରି ଆସିଥିଲେ ତାହା କିଛି ଜଣାପଡିନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.