ମାହାଙ୍ଗା ଡବଲ୍ ମର୍ଡର ଘଟଣା : ୪ ଅଟକ, ଅଜ୍ଞାତସ୍ଥାନରେ ଚାଲିଛି ପଚରାଉଚରା
5/01/2021 at 9:41 AM

ନିଶ୍ଚିନ୍ତକୋଇଲି ୦୫।୦୧: ମାହାଙ୍ଗାରେ ଡବଲ୍ ମର୍ଡର ଘଟଣା । ହତ୍ୟା ଘଟଣାରେ ୪ ଜଣଙ୍କୁ ଅଟକ ରଖିଛି ମାହାଙ୍ଗା ପୋଲିସ । ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୪ ଜଣ ଅଭିଯୁକ୍ତଙ୍କୁ ଅଟକ ରଖିଛି ପୋଲିସ । ଅଭିଯୁକ୍ତଙ୍କୁ ଅଜ୍ଞାତ ସ୍ଥାନରେ ରଖି ପୋଲିସର ପଚରାଉଚରା । ଗତ ୧ ତାରିଖରେ ଜଣେ ବିଜେପି ନେତା ଓ ତାଙ୍କ ସହଯୋଗୀଙ୍କୁ ହତ୍ୟା କରାଯାଇଥିଲା ।
ସୂଚନାଯୋଗ୍ୟ ଯେ ଗତ ୨ ତାରିଖରେ ସାଲେପୁର ବିଜେପି ପ୍ରଭାରୀ ତଥା ପୂର୍ବତନ ମାହାଙ୍ଗା ବ୍ଲକ ଅଧ୍ୟକ୍ଷ କୁଳମଣୀ ବରାଳଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିଲା। ଏଥିସହ ତାଙ୍କ ସହଯୋଗୀ ପଚା ରାଉଳଙ୍କୁ ମଧ୍ୟ ମରଣାନ୍ତକ ଆକ୍ରମଣ କରାଯାଇଥିଲା। ଗୁରୁତର ଅବସ୍ଥାରେ ପଚାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଗୋଟିଏ ଦିନରେ ୨ଜଣଙ୍କୁ ହତ୍ୟା କରାଯାଇଛି। ପଚା ରାଉଳ ଏବଂ କୁଳମଣୀ ରାଉଳ ଯିବା ବେଳେ ୮/୧୦ ଜଣ ଦୁର୍ବୃତ୍ତ ଅର୍କିତ ଭାବେ ୨ ଜଣଙ୍କୁ ଆକ୍ରମଣ କରି ହତ୍ୟା କରିଥିଲେ।
ଯାହାପରେ ରାଜ୍ୟ ରାଜନୀତି ସରଗମ ହୋଇଉଠିଥିଲା । ବିଜେପି ଏହି ପ୍ରସଙ୍ଗକୁ ନେଇ ଆନ୍ଦୋଳନ ଜୋରାଦାର କରିବ ବୋଲି ଚେତାବନୀ ଦେଇଥିଲା ।