Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟେମେନ ଗଣହତ୍ୟାକୁ ନିନ୍ଦା କଲା ଜାତିସଂଘ, ସାଉଦିର ବିମାନ ଆକ୍ରମଣରେ ନିହତ ହୋଇଥିଲେ ୭୦ ବିଦ୍ରୋହୀ
  • ||
  • ସୋର : ଟ୍ରକ୍ ସହ ଧକ୍କା ହୋଇ ନୟନଜୋରିକୁ ଓଲଟିଲା ବସ୍, ୫ ଜଣଙ୍କ ମୃତ୍ୟୁ, କିଛି ଲୋକ ଚାପି ହୋଇ ରହିଥିବା ସନ୍ଦେହ
  • ||
  • ଭଦ୍ରକରେ ବିଜେପିକୁ ଝଟ୍‌କା, ଦଳ ଛାଡିଲେ ଶତାଧିକ ବରିଷ୍ଠ ନେତା ଓ କର୍ମୀ
  • ||
  • ୨୦ ମହଲା କୋଠାରେ ଭୀଷଣ ଅଗ୍ନିକାଣ୍ଡ, ୧୫ ଆହତ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩ ଲକ୍ଷ ୩୭ ହଜାରରୁ ଅଧିକ କରୋନା ପଜିଟିଭ୍, ୪୮୮ ମୃତ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୧୪କୁ ବୃଦ୍ଧି
  • ||
  • ରାଜ୍ୟରେ ୯ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୮୮୪୫ କୋଭିଡ୍ ପଜିଟିଭ୍, ୧୧୯୬୧୪୦ରେ ପହଞ୍ଚିଲା ସଂଖ୍ୟା
  • ||
  • ଭୁବନେଶ୍ବର : ଓଭରବ୍ରିଜ୍‌ରୁ ୩୦ଫୁଟ ତଳକୁ ଖସିଲା କାର୍, ଦୁର୍ଘଟଣାରେ ଗାଡି ଭାଙ୍ଗିରୁଜି ଚୁରମାର୍
  • ||
  • ଶନିବାର ଏହି ସବୁ ଜିଲ୍ଲାରେ ବର୍ଷା : ବଢିବ ତାପମାତ୍ରା, କମିବ ଶୀତ
  • ||
  • ଭୟଙ୍କର ଦୁର୍ଘଟଣା : ମହାନଦୀ ପୋଲରେ ବୋଲେରୋକୁ ପିଟିଲା ଟ୍ରକ୍, ୫ ମୃତ
  • ||

ଫେସବୁକରୁ ଫାଇଟ୍: ଏଭଳି ଫଟୋ ପୋଷ୍ଟକରି ନିିସ୍ତୁକ ମାଡ଼ ଖାଇଲେ ଯୁବକ…

13/07/2019 at 1:57 PM

ତାମିଲନାଡ଼ୁ ୧୩|୭:   ତାମିଲନାଡ଼ୁ ନାଗାପାଟନମ ଜିଲ୍ଲାରେ ଅଭାବନୀୟ ଘଟଣା। ଜଣେ ଯୁବକ ଫେସବୁକ୍ ଏକାଉଣ୍ଟରେ ଆପତ୍ତିଜନକ ଫଟୋ ପୋଷ୍ଟ କରିବାରୁ ସ୍ଥାନୀୟ ଚାରିଜଣ ଯୁବକ ତାଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି। ଏହି ଘଟଣାରେ ପୋଲିସ ଚାରିଜଣଙ୍କୁ ଗିରଫ କରିଛି।

 ଘଟଣାନୁଯାୟୀ,  “ଗାଇ ମାଂସ ସୁପ୍ ର ସ୍ବାଦ ମଧୁର, ଏହି ସୁପ୍ ର ମଜା ମୁଁ ନେଇଛି”, ଏହିଭଳି ଲେଖି ନିଜ ଫେସବୁକ୍ ପୋଷ୍ଟ କରିଥିଲେ ୨୪ ବର୍ଷୀୟ ଯୁବକ ମହମ୍ମନ ଫାଜନ୍। ନାଗାପାଟନମ୍ ଜିଲ୍ଲାର ବେଲୁର ଅଞ୍ଚଳରେ ରହୁଥିବା ମହମ୍ମଦଙ୍କୁ ହିନ୍ଦୁ ସଂଗଠନ କିଛି ଯୁବକ ଆକ୍ରମଣ କରିଛନ୍ତି ବୋଲି ବିଶେଷ ସୂତ୍ରରୁ ଜଣା ପଡ଼ିଛି।

ମହମ୍ମଦଙ୍କ କହିବାନୁଯାୟୀ, ଗୁରୁବାର ଦିନ ୩ଟାରେ ସେ ଏହି ପୋଷ୍ଟ କରିଥିଲେ। ସେ ଏମିତି ଲେଖି ଦେଇଥିଲେ ବୋଲି କହିବା ସହ କେବେ ଗାଇ ସୁପ୍ ର ମଜା ନେଇଥିଲେ, ସେହି ତାରିଖ ମଧ୍ୟ ନିଜ ଫେସବୁକ ଏକାଉଣ୍ଟରେ ଦର୍ଶାଇଥିଲେ। ସେ ପୋଷ୍ଟ କରିବା ପରେ ସ୍ଥାନୀୟ ଚାରିଜଣ ଯୁବକ ପୋଷ୍ଟ ଉପରେ ଅଶାଳୀନ ମନ୍ତବ୍ୟ ଦେଇଥିଲେ।

 ଫେସବୁକରେ ଉଭୟଙ୍କ ମଧ୍ୟରେ କଥା କଟାକଟି ବେଶ କିଛି ସମୟ ଚାଲିଥିଲା। କିଛି ସମୟ ପରେ ସେହି ଅଶାଳୀନ ମନ୍ତବ୍ୟକୁ ଡିଲିଟ୍ କରି ଦେଇଥିଲେ ସେହି ଚାରି ଜଣ ଯୁବକ। ଫେସବୁକରେ ଲିଖିତ ବାକ୍ ଯୁଦ୍ଧ ସରିବା ପରେ କିଛି ସମୟ ପରେ ମହମ୍ମଦ ବୌର୍ବାଚେରୀ ମରୌନମ ମନ୍ଦିର ଯିବା ସମୟରେ ସେହି ଚାରିଜଣ ଯୁବକ ମୋ ଉପରେ ହଠାତ ଆକ୍ରମଣ କରିଥିଲେ ବୋଲି ମହମ୍ମଦ କହିଛନ୍ତି।

 ଏହି ଆକ୍ରମଣରେ ମହମ୍ମଦଙ୍କ ଗୋଡ଼, ବେକ ଓ ପିଟିରେ ଶକ୍ତ ଆଘାତ ଲାଗିଛି। ବର୍ତ୍ତମାନ ହସ୍ପିଟାଲରେ ସେ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି। ଏହି ଆକ୍ରମଣ ଘଟଣାରେ ବେଲୁର ପୋଲିସ, ଦିନେଶ କୁମାର, ଅଗାଥିୟନ, ଗଣେଷ କୁମାର ଓ ମୋହନ କୁମାରଙ୍କୁ ପୋଲିସ ଗିରଫ କରିଛି। ଗିରଫ ହୋଇଥିବା ଚାରିଜଣ ହିନ୍ଦୁ ସଂଗଠନର ସଦସ୍ୟ ବୋଲି ଜଣାପଡ଼ିଛି।

   Related Posts