ବାସୁଦେବପୁରର ୯ଟି ପଞ୍ଚାୟତ କଣ୍ଟେନମେଣ୍ଟ ଜୋନ୍ ଘୋଷଣା, ସମସ୍ତ ଅଞ୍ଚଳରେ ପ୍ରଶାସନ ପକ୍ଷରୁ କଡ଼ା କଟକଣା ଜାରି

Published By : Prameya-News7 Bureau | April 22, 2020 IST

ଭଦ୍ରକ ୨୨।୦୪: ଭଦ୍ରକ ଜିଲ୍ଲା ବାସୁଦେବପୁରରେ ଏ ପର୍ଯ୍ୟନ୍ତ ୬ ଜଣ କରୋନା ପଜିଟିଭ୍  ଚିହ୍ନଟ ହେଲେଣି । ପୂର୍ବରୁ ୩ ଜଣ ପଜିଟିଭ୍  ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ୩ ଜଣ ଚିହ୍ନଟ ହୋଇଛନ୍ତି । ଏହାପରେ ବାସୁଦେବପୁର ବ୍ଲକ୍ ର ୯ଟି ପଞ୍ଚାୟତକୁ କଣ୍ଟେନମେଣ୍ଟ ଜୋନ୍  ଭାବେ ଘୋଷଣା କରାଯାଇଛି ।

wp:core-embed/twitter {"url":"https://twitter.com/DM_Bhadrak/status/1252811242504220672","type":"rich","providerNameSlug":"twitter","className":""}
https://twitter.com/DM_Bhadrak/status/1252811242504220672
/wp:core-embed/twitter

ଏହି ୯ ପଞ୍ଚାୟତକୁ ୪ଟି ଜୋନ୍ ରେ  କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି । ଜୋନ୍ -୧ରେ ଥିବା ଗ୍ରାମ ପଞ୍ଚାୟତ ଗୁଡ଼ିକ ହେଲା ପଦ୍ମପୁର, ଲୁଙ୍ଗା, ସୁଗୋ, ଏରତାଲ୍ । ଜୋନ୍ -୨ରେ ଥିବା ଗ୍ରାମ ପଞ୍ଚାୟତ ହେଲା ଖରିଡ଼ା ବିନାୟକପୁର ଓ ଗୁଆଗାଡ଼ିଆ । ଜୋନ୍ -୩ରେ ଲକ୍ଷ୍ମୀଦାସପୁର ଓ ବାଲିମେଡ଼ ପଞ୍ଚାୟତ ରହିଛି । ଜୋନ୍ -୪ରେ ଅଧୁଆଁ ଗ୍ରାମପଞ୍ଚାୟତ ରହିଛି । ସଂପୃକ୍ତ ଅଞ୍ଚଳର ଲୋକଙ୍କୁ ଘରୁ ନ ବାହାରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହି ଅଞ୍ଚଳରେ ଥିବା ସମସ୍ତ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନ ବନ୍ଦ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.