Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୦୪କରୋନା ସଂକ୍ରମିତ ଚିହ୍ନଟ
  • ||
  • ଚିତ୍ରକୋଣ୍ଡାରେ BSF ଜବାନଙ୍କ କମ୍ବିଂ ଅପରେସନ, ଟିଫିନ୍ ବୋମା ଉଦ୍ଧାର
  • ||
  • ଶ୍ରୀଜଗନ୍ନାଥ ଷ୍ଟାଡିୟମ ନିକଟରେ ଉଚ୍ଛେଦ କାର୍ଯ୍ୟ ଆରମ୍ଭ, ୨ ଫ୍ଲାଟୁନ ଫୋର୍ସ ମୃତୟନ
  • ||
  • ଭିଜିଲାନ୍ସ ଜାଲରେ ଜନସ୍ୱାସ୍ଥ୍ୟ ବିଭାଗ-୨ ସହକାରୀ କାର୍ଯ୍ୟକାରୀ ଯନ୍ତ୍ରୀ, ଏକକାଳୀନ ୬ଟି ସ୍ଥାନରେ ରେଡ୍
  • ||
  • ନୟାଗଡ଼ : ପୋଲିସ କବ୍‌ଜାରେ ୪ ଆନ୍ତଃ ଜିଲ୍ଲା ଡକାୟତ
  • ||

ଲକ୍ ଡାଉନ ବେଳେ ଟିଭି ଦର୍ଶକଙ୍କ ପାଇଁ ଖୁସି ଖବର, ଏବେ ଫ୍ରିରେ ଦେଖିପାରିବେ ଏହି ୪ଟି ଲୋକପ୍ରିୟ ପେଡ୍ ଚ୍ୟାନେଲ୍

30/03/2020 at 12:28 PM

ନୂଆଦିଲ୍ଲୀ ୩୦।୩: ଲକ୍ ଡାଉନ୍ ସମୟରେ ଟିଭି ଦେଖୁଥିବା ଲୋକଙ୍କ ପାଇଁ ଏକ ଖୁସି ଖବର ରହିଛି । ଇଣ୍ଡିଆନ୍ ବ୍ରଡକାଷ୍ଟିଂ ଫାଉଣ୍ଡେସନ୍ (ଆଇବିଏଫ୍) ଘୋଷଣା କରିଛି ଯେ, DTH ଏବଂ କେବୁଲ୍ ନେଟୱର୍କରେ ଆସନ୍ତା ୨ ମାସ ପାଇଁ ୪ଟି ଲୋକପ୍ରିୟ ପେଡ୍ ଚ୍ୟାନେଲ୍ ମାଗଣାରେ ଦିଆଯିବ ।କମ୍ପାନୀ ଏହି ଘୋଷଣା କରି କହିଛି ଯେ, ଏଭଳି କରିବାର କାରଣ ହେଇଛି କରୋନା ଭାଇରସ୍ ବିରୋଧୀ ଯୁଦ୍ଧରେ ସରକାରଙ୍କୁ ସାହାଯ୍ୟ କରିବା । ଆଇବିଏଫ୍ ର ଏହି ଘୋଷଣା ୨୧ ଦିନିଆ ଲକ୍ ଡାଉନ୍ ମଧ୍ୟରେ ଆସିଛି ।

ଆଇବିଏଫ୍ ମାଗଣା କରିଥିବା ୪ଟି ପେଡ୍ ଚ୍ୟାନେଲ୍ ହେଉଛି ସୋନି ପଲ୍, ଷ୍ଟାର୍ ଇଣ୍ଡିଆର ଷ୍ଟାର୍ ଉତ୍ସବ, ଜି ଟିଭିର ଜି ଅନମୋଲ୍ ଏବଂ ଭିଆକମ୍ ୧୮ର କଲର୍ସ ଚ୍ୟାନେଲର କଲର୍ସ ରିସ୍ତେ ଚ୍ୟାନେଲ୍ ରହିଛି । ବ୍ରଡକାଷ୍ଟିଂ ଆସୋସିଏସନ ବିଶ୍ବାସ ଯେ, ଏହି ନିଷ୍ପତ୍ତି ଲୋକମାନଙ୍କୁ ଘରେ କିଛି ସମୟ ଅତିବାହିତ କରିବାର ମାଧ୍ୟମ ହେବ । ଆସୋସିଏସନ ଅନୁଯାୟୀ, ଲୋକମାନେ ଲକ୍ ଡାଉନ୍ ରେ ଏହି ଚ୍ୟାନେଲଗୁଡିକ ଦେଖି ନିଜର ମନୋରଞ୍ଜନ କରିପାରିବେ ।
ଆଇବିଏଫ୍ ଏକ ବିବୃତ୍ତିରେ କହିଛି ଯେ, କରୋନା ମହାମାରୀ ଯୋଗୁଁ ଉଦ୍ୟୋଗର ବିଜ୍ଞାପନ ରାଜସ୍ବ ପ୍ରଭାବିତ ହେବ । ଏହି କାରଣରୁ ଏହାର ସଦସ୍ୟମାନେ ଏକ ଅନିଶ୍ଚିତତା ମଧ୍ୟରେ ଗତି କରୁଛନ୍ତି । କିନ୍ତୁ ଏହି କଠିନ ସମୟରେ ଲୋକମାନଙ୍କୁ ସାହାଯ୍ୟ କରିବା ପାଇଁ ସେମାନେ ସରକାରଙ୍କ ଉଦ୍ୟମ ସହିତ ଅଛନ୍ତି ।

ଗ୍ରାହକମାନଙ୍କୁ ପୂର୍ବରୁ ସୋନି ପଲ ପାଇଁ ୧ ଟଙ୍କା ଦେବାକୁ ପଡୁଥିଲା । ପୂର୍ବରୁ ଷ୍ଟାର୍ ଉତ୍ସବ ଚ୍ୟାନେଲ୍ ମଧ୍ୟ ୧ ଟଙ୍କାରେ ଉପଲବ୍ଧ କରାଯାଉଥିଲା । ସେହିଭଳି ଜି ଆନମୋଲର ମୂଲ୍ୟ ପୂର୍ବରୁ ୦.୧ ଟଙ୍କା ଥିଲା ଏବଂ କଲର୍ସ ରିସ୍ତେ ମଧ୍ୟ ପୂର୍ବରୁ ୧ ଟଙ୍କାରେ ଉପଲବ୍ଧ ହେଉଥିଲା ।

   Related Posts