କେନ୍ଦ୍ରାପଡା ମାର୍ଶାଘାଇରେ ଏସିଡ୍ ମାଡ ; ବାପା, ମାଆ ଓ ଦୁଇ ଝିଅ ଗୁରୁତର
10/10/2018 at 11:58 AM

କେନ୍ଦ୍ରାପଡା ୧୦|୧୦: କେନ୍ଦ୍ରାପଡାରେ ଗୋଟିଏ ପରିବାର ଉପରେ ଏସିଡ୍ ଆକ୍ରମଣ । ଏଥିରେ ବାପା-ମାଆ ଓ ଦୁଇ ଝିଅ ଗୁରୁତର ହୋଇଛନ୍ତି । କଟକର ଏକ ଘରୋଇ ହସ୍ପିଟାଲରେ ସେମାନଙ୍କ ଚିକିତ୍ସା ଚାଲିଛି । ଘଟଣା ଘଟିଛି ମାର୍ଶାଘାଇ ଥାନା ପାଟୁଳିପଙ୍କ ଗାଁରେ । ଗତକାଲି ବିଳମ୍ବିତ ରାତିରେ ଘଟିଛି ଏହି ଘଟଣା । ହିମାଂଶୁ ବାରିକଙ୍କ ପରିବାର ଉପରେ ଏହି ଏସିଡ୍ ଆକ୍ରମଣ ହୋଇଛି । ଘରେ ଶୋଇଥିବା ସମୟରେ କେହି ଦୁର୍ବୃତ୍ତ ଝରକା ପଟେ ଏସିଡ୍ ଫିଙ୍ଗି ଫେରାର ହୋଇଯାଇଛି । ଅଧିକ ଗୁରୁତର ହୋଇପଡିଛନ୍ତି ହିମାଂଶୁ । ତାଙ୍କୁ ଆଇସିୟୁରେ ରଖାଯାଇଛି । ହିମାଂଶୁଙ୍କ ପତ୍ନୀ ଓ ଦୁଇ ଝିଅ ଗୁରୁତର ହୋଇଛିନ୍ତି । କେଉଁ କାରଣରୁ ଏସିଡ୍ ମାଡ ହୋଇଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।
Related Posts
ହାତକୁ ହାଣି ଲୁଟ୍, ବ୍ୟବସାୟୀଙ୍କୁ ଆକ୍ରମଣ କରି ଲୁଟିନେଲେ ୪ଲକ୍ଷ ଟଙ୍କା
18 January 2021
୩୨ ତମ ସଡ଼କ ସୁରକ୍ଷା ସପ୍ତାହ, ଚଣ୍ଡିଖୋଲ ଛକରୁ ଗଡିଲା ସଚେତନତା ରଥ
18 January 2021