Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକଣା କଡାକଡି କଲା ହଙ୍ଗକଙ୍ଗ, ବାହାର ଦେଶର ନାଗରିକଙ୍କ ପ୍ରବେଶ ଉପରେ ରୋକ୍
  • ||
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

ସ୍ୱାମୀ-ସ୍ତ୍ରୀ ସହ ଦୁଇ ଶିଶୁଙ୍କ ମୃତ୍ୟୁ: ପାରିବାରିକ କଳହ ସନ୍ଦେହ, ଗାଁରେ ଶୋକର ଛାୟା

27/10/2021 at 4:37 PM

ରାୟପୁର ୨୭/୧୦ : ଛତିଶଗଡର ରାଜନନ୍ଦଗାଓଁ ଜିଲ୍ଲାର ଡୋଙ୍ଗରଗାଓଁ ବ୍ଲକ ଅନ୍ତର୍ଗତ କରମତରା ଗାଁରେ ଜଣେ ମହିଳା ତାଙ୍କ ଦୁଇ ପିଲାଙ୍କ ସହ କୂଅ ଭିତରକୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ଏହାସହ ମୃତା ମହିଳାଙ୍କର ସ୍ୱାମିଙ୍କ ମୃତଦେହ ମଧ୍ୟ ଫାଶୀରେ ଝୁଲୁଥିବା ଦେଖିବାକୁ ମିଳିଛି। ଏହି ସାମୁହିକ ମୃତ୍ୟୁର କାରଣ ଜଣାପଡ଼ିନାହିଁ। ପ୍ରାଥମିକ ଯାଞ୍ଚ ପରେ ପୋଲିସ ପାରିବାରିକ କଳହ କାରଣରୁ ଏହି ମୃତ୍ୟୁ ହୋଇଥିବା ଜଣାଇଛି। ଲାଲବାଗ ପୋଲିସ ଏହି ଘଟଣାର ତଦନ୍ତ କରୁଛି। ଏକାଠି ଚାରି ଜଣଙ୍କ ମୃତ୍ୟୁ ମାମଲାରେ ପୁରା ଗାଁରେ ଶୋକର ଛାୟା ଖେଳିଯାଇଛି।

ପୋଲିସ ତରଫରୁ ମିଳିଥିବା ସୂଚନା ଅନୁଯାୟୀ, କରମତରା ଗାଁର ୩୨ ବର୍ଷିୟ ଡୋମନ୍ ଲାଲ ସାହୁ ନିଜ ପୁରୁଣା ଘରେ ଥିବା ବାଡ଼ିରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ଏହି ସମୟରେ ଘରର କୂଅରୁ ଡୋମନଙ୍କ ପତ୍ନୀ ବେଦିକା ସାହୁ (୨୮) ଓ ଦୁଇ ଶିଶୁ ଚାରି ବର୍ଷର କାଭିଆ ଏବଂ ଦୁଇ ବର୍ଷର ପୀୟୁଶଙ୍କ ମୃତଦେହ ମିଳିଛି । ପୋଲିସ କହିଛି ଯେ ଘରର ସମସ୍ତ ଲୋକ ଚାଷଜମିକୁ ଯାଇଥିଲେ। ସନ୍ଧ୍ୟାରେ ଡୋମନଙ୍କ ବାପା ମା ଓ ସାନଭାଇ ଓ ବୋହୂ ଚାଷ ଜମିରୁ ଘରକୁ ଫେରିଥିଲେ।

ଯେତେବେଳେ ସେ ହାତ ମୁହଁ ଧୋଇବା ପାଇଁ କୂଅରୁ ପାଣି ଆଣିବାକୁ ଯାଇଥିଲେ ସେତେବେଳେ କୂଅରେ ଦୁଇ ବର୍ଷର ପୀୟୁଷର ଶବ ଦେଖିଥିଲେ । ଏହା ପରେ କୂଅରୁ ତାଙ୍କ ବେଦିକା ଓ ଚାରି ବର୍ଷର କାଭିଆଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ପରିବାର ସଦସ୍ୟ ଡୋମନଙ୍କ ସନ୍ଧାନରେ ସେମାନଙ୍କ ପୁରୁଣା ଘରେ ଥିବା ବାଡ଼ିକୁ ଯାଇଥିଲେ, ତାଙ୍କ ଶରୀର ସେଠାରେ ଫାସିରେ ଝୁଲୁଥିବା ଦେଖିବାକୁ ମିଳିଥିଳା। ପରିବାର ସଦସ୍ୟ ଏ ସମ୍ପର୍କରେ ପୋଲିସକୁ ସୂଚନା ଦେଇଥିଲେ। ପୋଲିସ ଷ୍ଟେସନ ଦାୟିତ୍ୱରେ ଥିବା ଶିବେନ୍ଦ୍ର ରାଜପୁତ କହିଛନ୍ତି ଯେ ପ୍ରାରମ୍ଭିକ ପଚରାଉଚରାରୁ ଜଣାପଡିଛି ଯେ ପାରିବାରିକ କଳହ ଯୋଗୁଁ ଏହି ସାମୁହିକ ମୃତ୍ୟୁ ଘଟିଛି ଏବଂ ମାମଲାର ତଦନ୍ତ ଚାଲିଛି।

   Related Posts