ରାଜ୍ୟରେ ଚିନ୍ତା ବଢାଉଛି ପଶ୍ଚିମବଙ୍ଗ ଲିଙ୍କ୍: ଆଜି ଚିହ୍ନଟ ହୋଇଥିବା ସମସ୍ତ ଆକ୍ରାନ୍ତ ଯାଜପୁର, କଣ୍ଟାକ୍ଟ ଟ୍ରେସିଂ ଜାରି

Published By : Prameya-News7 Bureau | April 23, 2020 IST

ଭୁବନେଶ୍ୱର ୨୩।୦୪: ରାଜ୍ୟରେ ଆଜି ପୁଣି ୪ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା କରୋନା ସଂକ୍ରମିତଙ୍କ ସଂଖ୍ୟା ୮୭କୁ ବୃଦ୍ଧି ହୋଇଥିବା ନେଇ ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ତେବେ ଗୁରୁବାର  ଚିହ୍ନଟ ହୋଇଥିବା ସମସ୍ତ ଆକ୍ରାନ୍ତ ଯାଜପୁର ଜିଲ୍ଲାର ବୋଲି ଜଣାପଡ଼ିଛି । ସମସ୍ତ ସଂକ୍ରମିତ ଯାଜପୁର ଜିଲ୍ଲାର ବୋଲି ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି । ସମସ୍ତ ସଂକ୍ରମିତଙ୍କ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି ।

wp:core-embed/twitter {"url":"https://twitter.com/IPR_Odisha/status/1253264431129247744","type":"rich","providerNameSlug":"twitter","className":""}
https://twitter.com/IPR_Odisha/status/1253264431129247744
/wp:core-embed/twitter

ଯାଜପୁର ଚିହ୍ନଟ ୪ ସଂକ୍ରମିତଙ୍କ ମଧ୍ୟରୁ ୩ ଜଣ ମହିଳା ଏବଂ ଜଣେ ପୁରୁଷ ଅଛନ୍ତି। ସେମାନଙ୍କ ବୟସ ଯଥାକ୍ରମେ ୪୮ ବର୍ଷ ( ମହିଳା), ୭୦ ବର୍ଷ ( ବୃଦ୍ଧା), ୮୦ ବର୍ଷ ( ବୃଦ୍ଧା) ଏବଂ ୨୧ ବର୍ଷ ( ଯୁବକ)। ଏହି ଚାରିଜଣ ସଂକ୍ରମିତ କୋଲକାତାରୁ ଫେରିଥିବା ଜଣାପଡିଛି। ଏମାନଙ୍କୁ ମିଶାଇ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୮୭ରେ ପହଞ୍ଚିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.