Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଞ୍ଚାୟତ ନିର୍ବାଚନ ପୂର୍ବରୁ ହିଂସା ! ସମିତି ସଭ୍ୟାଙ୍କ ଗାଡି ଜାଳିଦେଲେ ଦୁର୍ବୃତ୍ତ
  • ||
  • ମହିଳାଙ୍କ ଦେହରେ ନିଆଁ ଲଗାଇ ଦେଲେ ଧରମ ଭାଇ ! ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି
  • ||
  • ବିଲଡର୍ ସଂସ୍ଥାର ଘର ଉପରେ ବୋମାମାଡ, ୩ ଶ୍ରମିକ ଆହତ
  • ||
  • ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୪କୁ ବୃଦ୍ଧି
  • ||
  • ରାଜ୍ୟରେ ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୪୮୯ କୋଭିଡ୍ ପଜିଟିଭ୍, ୧୧୪୪୪୦୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୫୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୮୫ ମୃତ
  • ||
  • ଖୋଲିଲା ଶିମିଳିପାଳ, ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର
  • ||
  • ଆଉ ନାହାଁନ୍ତି ପଦ୍ମଶ୍ରୀ ଶାନ୍ତିଦେବୀ, ୮୮ ବର୍ଷ ବୟସରେ ପରଲୋକ
  • ||
  • କଥକ ସମ୍ରାଟ ବିରଜୁ ମହାରାଜଙ୍କ ପରଲୋକ, ୮୩ ବର୍ଷ ବୟସରେ ଦେହାନ୍ତ
  • ||
  • ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ : ସୋମବାରଠୁ ଦାଖଲ ହେବ ପ୍ରାର୍ଥୀପତ୍ର, କରୋନା କଟକଣାରେ ସରିବ ପୁରା ପ୍ରକ୍ରିୟା
  • ||

ଭୁବନେଶ୍ୱରେ ୪ କରୋନା ପଜିଟିଭ୍‌ ଚିହ୍ନଟ

9/06/2020 at 2:01 PM

ଭୁବନେଶ୍ୱର ୦୯।୦୬: ଆଜି ଭୁବନେଶ୍ବରରୁ ୪ଜଣ କରୋନା ପଜିଟିଭ ଚିହ୍ନଟ । ଆଜି ଓଡିଶାରୁ ଚିହ୍ନଟ ହୋଇଥିବା ୧୪୬ ପଜିଟିଭଙ୍କ ମଧ୍ୟରୁ ଭୁବନେଶ୍ବରରୁ ୪ଜଣ ରହିଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରେ ୩ ଯୁବକ, ଜଣେ ମହିଳା ଅଛନ୍ତି । ଜଣେ ଚନ୍ଦ୍ରଶେଖରପୁରର, ଜଣେ ଡୁମୁଡୁମାର ଓ ୨ ଜଣ ପଟିଆରୁ ଚିହ୍ନଟ ।  ଚନ୍ଦ୍ରଶେଖରପୁରର ଆକ୍ରାନ୍ତ ୨୮ ବର୍ଷୀୟ ଯୁବକ, ସେ ହାଇଦ୍ରାବାଦ ଫେରନ୍ତା । ଡୁମୁଡୁମାର ଆକ୍ରାନ୍ତ ୨୯ ବର୍ଷୀୟ ଯୁବକ, ଦିଲ୍ଲୀ ଫେରନ୍ତା ।

ପଟିଆର ଗୋଟିଏ ପରିବାରରୁ ୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଜଣେ ୩୪ ବର୍ଷୀୟ ପୁରୁଷ, ଜଣେ ୨୬ ବର୍ଷୀୟ ମହିଳା । ଉଭୟ ଦିଲ୍ଲୀରୁ ଫେରିବା ପରେ ହୋମ୍ କ୍ବାରାଣ୍ଟାଇନରେ ଥିଲେ  । ଭୁବନେଶ୍ବରରୁ ଚିହ୍ନଟ ହୋଇଥିବା ସମସ୍ତ ଆକ୍ରାନ୍ତ ହୋମ୍ କ୍ବାରାଣ୍ଟାଇନରେ ଥିଲେ । ରାଜଧାନୀରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୩କୁ ବୃଦ୍ଧି ହୋଇଛି । ଭୁବନେଶ୍ବରରେ ଏବେ ୩୭ ଆକ୍ଟିଭ କେସ ରହିଛି । ସୁସ୍ଥ ହେଲେଣି ୫୩ ଆକ୍ରାନ୍ତ ।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୩୧୪୦ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୧୧୩୬ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୯୯୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିପରି ୯ ଜଣଙ୍କର ମୃତ୍ୟୁ କରୋନାଜନିତ ହୋଇଥିବା ବେଳେ ଦୁଇ ଜଣଙ୍କ ମୃତ୍ୟୁ ଅନ୍ୟ ରୋଗ ଯୋଗୁଁ ହୋଇଛି ।

   Related Posts