ରାଜ୍ୟରେ ପୁଣି ୪ କରୋନା ଆକ୍ରାନ୍ତ ଚିହ୍ନଟ, ୪୮ ଛୁଇଁଲା କୋଭିଡ-୧୯ ସଂକ୍ରମିତଙ୍କ ସଂଖ୍ୟା

Published By : Prameya-News7 Bureau | April 10, 2020 IST

ଭୁବନେଶ୍ୱର ୧୦।୦୪: ରାଜ୍ୟରେ ଆଉ ୪ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ। ଗୁରୁବାର ସକାଳେ ୨ ଜଣଙ୍କ ନମୁନା ପଜିଟିଭ୍ ଆସିଥିବାବେଳେ ରାତିରେ ଆଉ ୪ ଜଣ ପଜିଟିଭ୍  ଆସିଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହାକୁ ମିଶାଇ ରାଜ୍ୟରେ କୋରନା ଆକ୍ରାନ୍ତଙ୍କ ସଂଖ୍ୟା ୪୮ ଛୁଇଁଛି। ଏହି ଆକ୍ରାନ୍ତମାନଙ୍କ ସଂସ୍ପର୍ଶରେ କେଉଁ କେଉଁମାନେ ଆସିଛନ୍ତି, ତାହାର ଅନୁସନ୍ଧାନ ଜାରି ରହିଛି। ୨ ଜଣଙ୍କ ମଧ୍ୟରୁ ଜଣେ ଢେଙ୍କାନାଳର ୫୧ ବର୍ଷୀୟା ମହିଳା ।

wp:core-embed/twitter {"url":"https://twitter.com/IPR_Odisha/status/1248325826585583616","type":"rich","providerNameSlug":"twitter","className":""}
https://twitter.com/IPR_Odisha/status/1248325826585583616
/wp:core-embed/twitter

ଗୁରୁବାର ଦିନ ସକାଳ ସମୟରେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଜଣେ  ତବଲିଗ୍  ଜମାତରେ ଯୋଗ ଦେଇଥିବା ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ବେଳେ ଅନ୍ୟ ଜଣେ ଆକ୍ରାନ୍ତ ହେଉଛନ୍ତି ପଶ୍ଚିମବଙ୍ଗର। ଢେଙ୍କାନାଳର ଏହି ମହିଳା ଜଣକ ଗତ ମାସ ୧୦ରୁ ୧୭ ତାରିଖ ମଧ୍ୟରେ ଦିଲ୍ଲୀର ନିଜାମୁଦ୍ଦିନ ଗସ୍ତ କରିଥିବା ଲୋକଙ୍କ ସଂସ୍ପର୍ଶରେ ଆସିଥିଲେ।। ୧୮ ତାରିଖରୁ ୨ ଏପ୍ରିଲ ଯାଏ ସେ ଢେଙ୍କାନାଳର ମୀନାବଜାରସ୍ଥିତ ଘରେ ଥିଲେ। ୩ ତାରିଖରେ ତାଙ୍କୁ ୱାର୍ଡ ନମ୍ବର ୯ରେ ଥିବା ସଙ୍ଗରୋଧ ସ୍ଥଳକୁ ଅଣାଯାଇଥିଲା। ତାଙ୍କ ନିକଟରେ କ ରୋନାର କୌଣସି ଲକ୍ଷଣ ଦେଖିବାକୁ ମିଳି ନ ଥିଲେ ହେଁ ନିୟମିତ ଯାଞ୍ଚ ସମୟରେ ନମୁନା ସଂଗ୍ରହ କରାଯାଇଥିଲା। ରିପୋର୍ଟ ପଜିଟିଭ୍  ଆସିବା ପରେ ତାଙ୍କୁ ଅଶ୍ବିନୀ କୋଭିଡ୍  ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି। ସେହିପରି ପଶ୍ଚିମବଙ୍ଗ ମେଦିନପୁର ଅଞ୍ଚଳର ୭୦ ବର୍ଷର ଜଣେ ବ୍ୟକ୍ତି ମଧ୍ୟ କରୋନା ପଜିଟିଭ୍  ଚିହ୍ନଟ ହୋଇଛନ୍ତି । ସେହିପରି ଗୁରୁବାର ରାତିରେ ଚିହ୍ନଟ ହୋଇଥିବା ୪ଜଣ କରୋନା ଆକ୍ରାନ୍ତଙ୍କ ଚିହ୍ନଟ ହୋଇଛନ୍ତି । ଯାହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୮ରେ ପହଞ୍ଚିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.