ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୪ଜଣ ସୁନ୍ଦରଗଡର, ସମସ୍ତେ ନାଲାରାେଡ୍‌ ଅଞ୍ଚଳର

Published By : Prameya-News7 Bureau | April 28, 2020 IST

ସୁନ୍ଦରଗଡ ୨୮।୦୪: ମଙ୍ଗଳବାର ଦିନ ରାଜ୍ୟରେ ୭ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ୭ସଂକ୍ରମିତଙ୍କ ମଧ୍ୟରୁ ୩ଜଣ ଭଦ୍ରକର ଓ ୪ଜଣ ସୁନ୍ଦରଗଡ ଜିଲ୍ଲା ବୋଲି ଜଣାପଡିଛି । ସୁନ୍ଦରଗଡ ଜିଲ୍ଲାରେ ଚିହ୍ନଟ ୪ ଆକ୍ରାନ୍ତ ରାଉରକେଲା ନାଲା ରୋଡ୍ ଅଞ୍ଚଳର । ନାଲାରୋଡ ଅଞ୍ଚଳରେ ଚିହ୍ନଟ ହୋଇଥିବା ପ୍ରଥମ ଆକ୍ରାନ୍ତଙ୍କ ସମ୍ପର୍କୀୟ ।

ସେହିପରି ପୂର୍ବରୁ ନାଲାରୋଡ ଅଞ୍ଚଳରେ ଜଣେ ୬୦ ବର୍ଷୀୟ ବୃଦ୍ଧ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ତାଙ୍କ ଠାରୁ ଏହି ୪ ଜଣଙ୍କୁ ସଂକ୍ରମଣ ହୋଇଥିବା କୁହାଯାଉଛି । ପ୍ରଥମ ଆକ୍ରାନ୍ତଙ୍କ ଠାରୁ ଅନ୍ୟ ମାନଙ୍କୁ ଚିହ୍ନ ହୋଇଥିବା ନେଇ ସୂଚନା ଦେଇଛନ୍ତି ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପୱନ କଲ୍ୟାଣ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.