Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଖୋର୍ଦ୍ଧା : ସାରୁଆରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି
  • ||
  • ବାରିପଦା : କୋଭିଡ ନିୟମକୁ ବେଖାତିର, ୫ଟି ଦୋକାନ ସିଲ୍‌
  • ||
  • ସମ୍ବଲପୁର : ଗୋଶାଳା କଲପଡାରେ ଖାଲରେ ଖସିପଡି ୨ ଶିଶୁ ମୃତ
  • ||
  • ଢେଙ୍କାନାଳ : ଭିଜିଲାନ୍ସ ଜାଲରେ ଥାନା ଅଧିକାରୀ, ଯୌତୁକ ମାମଲାରେ ଦଫା କାଟିବାକୁ ନେଉଥିଲେ ୬ହଜାର ଟଙ୍କା
  • ||
  • ନବରଙ୍ଗପୁର : କୁନ୍ଦେଇ ସରପଞ୍ଚ ନିଲମ୍ବିତ, ଭାରତମାଳା ଯୋଜନାକୁ ବିରୋଧ କରିବାରୁ କାର୍ଯ୍ୟାନୁଷ୍ଠାନ
  • ||
  • ୨ ଦିନିଆ କନ୍ଧମାଳ ଗସ୍ତରେ ଶିଶୁ ସୁରକ୍ଷା ଅଧିକାର ଅଧ୍ୟକ୍ଷା
  • ||
  • ବ୍ରହ୍ମପୁର : ବ୍ରହ୍ମପୁର ଫାଷ୍ଟଗେଟ୍ ଅଞ୍ଚଳରୁ ଜଣଙ୍କ ମୃତଦେହ ଠାବ, ହତ୍ୟା ସନ୍ଦେହ
  • ||
  • ନୀଳଗିରି: ହାତୀ ଆତଙ୍କରେ ଅଞ୍ଚଳବାସୀ
  • ||
  • ମାଲକାନଗିରି : ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ, ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ
  • ||
  • କେନ୍ଦୁଝର : ବାଇକ୍ ଧକ୍କାରେ ଜଣେ ଗୁରୁତର, ମେଡିକାଲରେ ଭର୍ତ୍ତି
  • ||

ରାସ୍ତାକଡ଼କୁ ଓଲଟିପଡିଲା ବୋଲେରୋ : ୪ ଯୁବକଙ୍କ ମୃତ୍ୟୁ, ୩ ଆହତ

5/09/2020 at 1:09 PM

ସିମ୍‌ଲା ୦୫।୦୯: ବିଳମ୍ବିତ ରାତରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୪ଜଣ ଯୁବକଙ୍କ ପ୍ରାଣ ଯାଇଥିବା ବେଳେ ତିନି ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ସମସ୍ତଙ୍କ ଆହତଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ହିମାଚଳ ପ୍ରଦେଶର କନ୍ନୋର ଜିଲ୍ଲା ସାଙ୍ଗଳା ଅଞ୍ଚଳରେ ଘଟିଛି ଦୁର୍ଘଟଣା ।

ଶୁକ୍ରବାର ଦିନ ବିଳମ୍ବିତ ରାତିରେ ଖରୋଗଲା ନିକଟରେ ଏକ ବୋଲେରୋ କାର୍‌ ଭାରସାମ୍ୟ ହରାଇ ରାସ୍ତାକଡ ଘାଇରେ ପଡିଯାଇଥିଲା । ଯାହାଫଳରେ କି ଗାଡିରେ ଥିବା ଯୁବକଙ୍କ ମଧ୍ୟରୁ ତିନିଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଜଣେ ମେଡିକାଲରେ ମୃତ୍ୟୁ ହୋଇଛି । ସେହିପରି ଆହତ ଥିବା ତିନିଜଣ ଅବସ୍ଥା ଗମ୍ଭୀର ରହିଛି । ସେମାନଙ୍କୁ ସାଙ୍ଗଲା ସିଏଚ୍‌ସି ମେଡିକାଲରେ ପ୍ରାଥମିକ ଉପଚାର  ପରେ ରାମପୁର ଖନେରି ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ଦୁର୍ଘଟଣାର ଖବର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି । ତେବେ ମିଳିଥିବା ସୂଚନାନୁସାରେ ମୃତାହତକଙ୍କ ନାମ ନନ୍ଦ କିଶୋର, ଇନ୍ଦ୍ର ଦିବାନ, ବଲରାଜ ସିଂହ, ଦେବ ଚନ୍ଦ୍ର , ଓଙ୍କାର ସିଂହ, ସୁରେନ୍ଦର ଚୌହାନ , ସଂଜୟ ଉମ୍ର ରହିଛନ୍ତି । ସମସ୍ତଙ୍କ ବୟସ ୧୯ରୁ ୨୦ ବର୍ଷ ଭିତରେ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି ।

   Related Posts