ଘର ଉପରେ ଖସିଲା ବଡ ପଥର, ୪ମୃତ !

Published By : Prameya-News7 Bureau | March 10, 2020 IST

ଉଧମପୁର ୧୦।୦୩: ପାହାଡରୁ ପଥର ଖସି ୪ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା । ଜାମ୍ମୁ-କାଶ୍ମୀର ଉଧମପୁର ଜିଲ୍ଲା ଘୋର୍ଡିରେ ଘଟିଛି ଏଭଳି ଅଭାବନୀୟ ଘଟଣା । ତେବେ ବର୍ତ୍ତମାନ ସୁଦ୍ଧା ମୃତକଙ୍କ ପରିଚୟ ମିଳିପାରିନାହିଁ । ଘଟଣାସ୍ଥଳରେ ସ୍ଥାନୀୟଲୋକ ଓ ଉଦ୍ଧାରକାରୀ ଦଳ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ନିୟୋଜିତ ରହିଛନ୍ତି ।

wp:core-embed/twitter {"url":"https://twitter.com/ANI/status/1237195566951444480","type":"rich","providerNameSlug":"twitter","className":""}
https://twitter.com/ANI/status/1237195566951444480
/wp:core-embed/twitter

ସୂଚନାଯୋଗ୍ୟ ଯେ, ମଙ୍ଗଳବାର ଦିନ ଉଧମପୁର ଅଞ୍ଚଳ ଘୋର୍ଡିରେ ଗାଁରେ ପାହାଡରୁ ଏକ ବଡ ଆକାରର ପଥର ଖସିଯାଇଛି । ପଥରଟି ଖସିବା ଦ୍ବାରା ପାହାଡ ପାଦଦେଶରେ ଥିବା ଗାଁର ଏକ ଘର ଉପରେ ପଡିଯାଇଛି । ଯାହାଫଳରେ କି ଚାରିଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ତେବେ ବର୍ତ୍ତମାନ ସୁଦ୍ଧା ମୃତକଙ୍କ ପରିଚୟ ମିଳିପାରିନାହିଁ । ଏବଂ ଏହି ଅଘଟଣରେ କେତେ ଜଣ ଆହତ ହୋଇଛନ୍ତି ତାହା ବି ସ୍ପଷ୍ଟ ଭାବେ ଜଣାପଡିନାହିଁ । ଘଟଣାସ୍ଥଳରେ ସ୍ଥାନୀୟଲୋକ ପହଞ୍ଚି ଉଦ୍ଧାରକାରୀ ଦଳ ଖବର ଦେଇଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.