Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା, କନେଷ୍ଟବଳ ପ୍ରସନ୍ନ ବେହେରା ନିଲମ୍ବିତ
  • ||
  • ଜଗତସିଂହପୁର : ଦେବୀ ନଦୀରେ ବୁଡି ୫ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ଅନ୍ୟ ୩ଜଣ ଉଦ୍ଧାର
  • ||
  • ବ୍ରହ୍ମପୁର : ବ୍ରହ୍ମପୁରରେ ସ୍ବର୍ଣ୍ଣିମ ବିଜୟ ବର୍ଷ ପାଳିତ, ପୋଲିସ ରିଜର୍ଭ ଗ୍ରାଉଣ୍ଡରେ ପହଞ୍ଚିଲା ମଶାଲ
  • ||
  • ଭୁବନେଶ୍ବର : ତେଲ ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣ, ଅଢେଇ କ୍ବିଣ୍ଟାଲ ଗଞ୍ଜେଇ ସହ ୨ ଜଣଙ୍କୁ ଗିରଫ କଲା ଏନ୍‌ସିବି
  • ||
  • ବାଲିପାଟଣା : ବୃଦ୍ଧଙ୍କୁ ଚାପିଦେଲା ହାଇଓ୍ବା, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ସୁନ୍ଦରଗଡ : ଗଛରୁ ଉଦ୍ଧାର ହେଲା ଯୁବକଙ୍କ ଝୁଲନ୍ତା ମୃତଦେହ, ଆତ୍ମହତ୍ୟା ସନ୍ଦେହ
  • ||
  • ବାରିପଦା : ମୟୁରଭଞ୍ଜରେ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ
  • ||
  • ଭୁବନେଶ୍ବର : ବିନା ଛୁଞ୍ଚିରେ ଟିକା ନେବେ ଶିଶୁ, ଦୁଇଟି ଡୋଜ୍ ନେବା ପାଇଁ ପରାମର୍ଶ
  • ||
  • ଅନୁଗୋଳ : ପ୍ରାତଃ ଭ୍ରମଣରେ ଯାଇଥିବା ବେଳେ ପଡିଗଲେ ହାତୀ ହାବୁଡରେ, ଚାଲିଗଲା ଜୀବନ
  • ||
  • ଲମତାପୁଟ : ଗଞ୍ଜେଇ ଚାଲାଣ ରୋକିବାକୁ କୋରାପୁଟ ପୋଲିସର ବଡ ପଦକ୍ଷେପ, ଆରମ୍ଭ ହେଲା ଅପରେସନ୍ ଗ୍ରୀନ୍ କ୍ଲିନ୍
  • ||

ହସଖୁସିର ପରିବାରରେ ଲାଗିଲା କରୋନା ଗ୍ରହଣ : ଆଗ ପଛ ହୋଇ ଚାଲିଗଲେ ବାପା ସହ ୩ ଭେଣ୍ଡିଆ ପୁଅ, ମାଆଙ୍କ ଅବସ୍ଥା ବି ଗୁରୁତର

31/05/2021 at 8:07 AM

ଓଡାପଡ଼ା ୩୧।୦୫: ହସିଲା ସଂସାରରେ ଲାଗିଛୁ କରୋନା ନଜର । ପ୍ରତିଦିନ ମୃତ୍ୟୁର ନୂଆ ନୂଆ ରେକର୍ଡ କରୁଛି କରୋନାର ୨ୟ ଲହରୀ । ଜଣଙ୍କ ପରେ ଜଣେ କରି ୩ ଜଣଙ୍କ ଜୀବନ ନେଇଛି ମହାମାରୀ କରୋନା । ଆଉ ମା ଏବେ କୋଭିଡ଼ ହସ୍ପିଟାଲରେ ଜୀବନ ସହ ସଂଗ୍ରାମ କରୁଛନ୍ତି । ଢେଙ୍କାନାଳ ଜିଲ୍ଲା ଓଡାପଡ଼ା ବ୍ଲକ ଗୁଣଦେଇ ପଞ୍ଚାୟତ ମହାଦିଆ ଗାଁରେ ଘଟିଛି ଏଭଳି ହୃଦୟ ବିଦାରକ ଘଟଣା ।   

ଖବର ଅନୁଯାୟୀ,  ଢେଙ୍କାନାଳ ଜିଲ୍ଲା ମହାଦିଆ ଗ୍ରାମର ବାସିନ୍ଦା ପଞ୍ଚାନନ ଲେଙ୍କା (୭୫), ପତ୍ନୀ ପ୍ରେମଲତା (୭୨), ପୁଅ ନିରଞ୍ଜନ(୫୦), ସୁଶାନ୍ତ (୪୫) ଓ ସୁରେଶ(୪୨)ଙ୍କୁ ନେଇ ପରିବାର । ୩ ମାସ ପୂର୍ବେ କରୋନାରେ ସଂକ୍ରମିତ ହୋଇଥିଲେ ବଡ଼ପୁଅ ନିରଞ୍ଜନ । ଢେଙ୍କାନାଳ କୋଭିଡ୍‌ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ବଡ଼ପୁଅର ମୃତ୍ୟୁରେ ଦୁଃଖରେ ଭାଙ୍ଗିପଡ଼ିଥିଲେ ପରିବାର ଲୋକେ । କିନ୍ତୁ ଏତିକିରେ ଦୁଃଖ ସରିନଥିଲା । ସପ୍ତାହେ ପୂର୍ବେ ପୂରା ପରିବାର କରୋନାରେ ସଂକ୍ରମିତ ହୋଇଥିଲେ । ମହାଦିଆ ଗ୍ରାମରୁ ୨୮ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଏହା ମଧ୍ୟରେ ପଞ୍ଚାନନଙ୍କ ସମେତ ତାଙ୍କ ପତ୍ନୀ ଓ ଦୁଇ ପୁଅ ରହିଥିଲେ । ସମସ୍ତେ ହୋମ୍‌ ଆଇସୋଲେସନ୍‌ରେ ରହି ଚିକିତ୍ସିତ ହେଉଥିଲେ । ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଆଡ଼କୁ ଯାଉଥିବାରୁ ସମସ୍ତେ ଢେଙ୍କାନାଳ କୋଭିଡ୍‌ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ ।

ତେବେ ଗତ ୨୭ ତାରିଖ ଗୁରୁବାର ମଝିଆ ପୁଅ ସୁଶାନ୍ତଙ୍କର ମୃତ୍ୟୁ ହୋଇଥିଲା । ଦିନକ ପରେ ଅର୍ଥାତ୍‌ ୨୮ ତାରିଖରେ ସାନପୁଅ ସୁରେଶଙ୍କ ଜୀବନ ଦୀପ ଲିଭିଯାଇଥିଲା । ଗୋଟିଏ ଦିନକ ପରେ ପଞ୍ଚାନନ ମଧ୍ୟ କରୋନା ଆଁ’ରେ ପଡ଼ି ମୃତ୍ୟୁ ବରଣ କରିଥିଲେ । ପୂରା ପରିବାରକୁ ପୁରୁଷ ଶୂନ୍ୟ କରିଦେଇଛି ମହାମାରୀ । ଛାର୍‌ଖାର୍‌ ହୋଇଯାଇଛି ହସଖୁସିର ସଂସାର । ପଞ୍ଚାନନଙ୍କ ପତ୍ନୀ ପ୍ରେମଲତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଥିବା ବେଳେ ସେ କୋଭିଡ୍‌ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି । ଏହି ଖବର ପ୍ରଚାରିତ ହେବା ପରେ ସମଗ୍ର ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ତିନିପୁଅ ସହ ବାପାଙ୍କ ମୃତ୍ୟୁ ଭଳି ହୃଦୟ ବିଦାରକ ଘଟଣା ଜିଲ୍ଲାବାସୀଙ୍କୁ ଦାରୁଣ ଦୁଃଖ ଦେଇଛି ।

କରୋନା ମୃତ୍ୟୁର ତାଣ୍ଡବ ରଚି ଚାଲିଥିବା ବେଳେ ଅମାନିଆ କିନ୍ତୁ ମାନିବାକୁ ନାରାଜ୍‌ । ମହାଦିଆ ଗ୍ରାମକୁ ପ୍ରଶାସନ କଣ୍ଟେନମେଣ୍ଟ୍‌ ଜୋନ୍‌ କରିଥିବା ବେଳେ ସଂକ୍ରମିତଙ୍କୁ ହୋମ୍‌ ଆଇସୋଲେସନ୍‌ରେ ରହିବାକୁ ପରାମର୍ଶ ଦିଆଯାଇଛି । କିନ୍ତୁ ସଂକ୍ରମିତ ଖୋଲାଖୋଲି ଭାବେ ବୁଲୁଛନ୍ତି । ସେମାନଙ୍କ କଣ୍ଟାକ୍ଟ ଟ୍ରେସିଂ ହେଉନଥିବା ବେଳେ ସେମାନଙ୍କୁବାରଣ କରିବାକୁ କେହି ନାହିଁ । ଯାହା ଫଳରେ ଗ୍ରାମରେ ସଂକ୍ରମଣ ବଢ଼ିବାର ଆଶଙ୍କା ସୃଷ୍ଟି ହୋଇଛି । ମୃତକଙ୍କ ପରିବାର ଘର ସହ ସମଗ୍ର ଗ୍ରାମକୁ ସାନିଟାଇଜ୍‌ କରିବା, ସଂକ୍ରମିତଙ୍କ କଣ୍ଟାକ୍ଟ ଟ୍ରେସିଂ କରିବା ସହ ପଞ୍ଚାୟତରେ ଆଉ ଏକ ପରୀକ୍ଷଣ ଶିବିର କରି ସନ୍ଦିଗ୍ଧଙ୍କ କୋଭିଡ୍‌ ପରୀକ୍ଷା କରିବାକୁ ଗ୍ରାମାବାସୀ ଦାବି କରିଛନ୍ତି ।

   Related Posts