ହୋଟେଲ୍‌ରେ ଥିଲେ ଚୀନ୍ ରାଜଦୂତ, ପାର୍କିଂରେ ହେଲା ଜୋରଦାର୍ ବିସ୍ଫୋରଣ ; ୪ମୃତ, ୧୨ ଆହତ

Published By : Prameya-News7 Bureau | April 22, 2021 IST

ବେଲୁଚିସ୍ତାନ ୨୨।୦୪: ବେଲୁଚିସ୍ତାନର ରାଜଧାନୀ କ୍ୱେଟାରେ ଜୋରଦାର ବିସ୍ଫୋରଣ । ଏକ ହୋଟେଲର ପାର୍କିରେ ବିସ୍ଫୋରଣ ହୋଇଛି । ଏହି ବିସ୍ଫୋରଣରେ ୪ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୩ଜଣ ଗୁରୁତର ହୋଇଛନ୍ତି । ସମସ୍ତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି ।

ବେଲୁଚିସ୍ତାନର ରାଜଧାନୀ କ୍ୱେଟ୍‌ର ଏକ ହୋଟେଲ୍‌ ଚିନ୍‌ ରାଜଦୁତ ନିଜର ପ୍ରତିନିଧିମଣ୍ଡଳ ସହିତ ରହିଥିଲେ । ଠିକ୍‌ ଏହି ସମୟରେ ହୋଟେଲ୍‌ର ପାର୍କିଂରେ ଗୋଟିଏ ପରେ ଗୋଟିଏ ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣରେ ୪ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨ଜଣ ଗୁରୁତର ହୋଇଛନ୍ତି । ଏହି ବିସ୍ଫୋରଣ ସମୟରେ ଚୀନ୍‌ ରାଜଦୁତ ହୋଟେଲ ବାହାରେ ରହିଥିଲେ । ଯାହାକି ଏକ ବଡ଼ଧରଣର ଅଘଟଣରୁ ବର୍ତ୍ତିଯାଇଛନ୍ତି ।

ସେପଟେ ବିସ୍ଫୋରଣ ନେଇ ପୋଲିସ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଇଛି । ପୋଲିସ ଅନୁଯାୟୀ, ଏକ କାର୍‌ରେ ଆଇଡି ଖଞ୍ଜା ହୋଇଥିଲା । ଯାହାକି ପାର୍କିରେ ରଖାଯାଇଥିଲା । ବୁଧବାର ରାତି ପ୍ରାୟ ୧୦ ଟା ୩୦ରେ ଗୋଟିଏ ପରେ ଗୋଟିଏ ବିସ୍ଫୋରଣ ହୋଇଛି । ଘଟଣାର ଯାଞ୍ଚ ପାଇଁ ହୋଟେଲ ପରିସରକୁ ବନ୍ଦ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.