ଗଛରେ ପିଟିହୋଇ ରାସ୍ତାରୁ ୧୦ଫୁଟ ତଳକୁ ଖସିଲା ବୋଲେରୋ : ୪ ମୃତ, ୪ ଗୁରୁତର

Published By : Prameya-News7 Bureau | December 31, 2020 IST

କେନ୍ଦୁଝର ୩୧।୧୨: କେନ୍ଦୁଝରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟିଲା ବୋଲେରୋ ।

{"id":384884,"sizeSlug":"large","linkDestination":"none"}

ସୂଚନାଯୋଗ୍ୟ ଯେ, କେନ୍ଦୁଝର ପଣ୍ଡାପଡା ଥାନା ସୋମଗିରି ନିକଟରେ ରାତି ପ୍ରାୟ ୨ଟା ସମୟରେ ଏକ ବୋଲେରୋ ଗାଡ଼ି ଭାରସାମ୍ୟ ହରାଇ ପ୍ରଥମେ ଗଛକୁ ଧକ୍କା ଦେଇଥିଲା । ତାପରେ ରାସ୍ତାରୁ ୧୦ଫୁଟ ତଳକୁ ଖସି ପଡିଥିଲା । ଫଳରେ ଗାଡ଼ିରେ ଥିବା ୧୧ ଜଣଙ୍କ ମଧ୍ୟରୁ ୪ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ହୋଇଛନ୍ତି ।

{"id":384885,"sizeSlug":"large","linkDestination":"none"}

ଗୁରୁତରଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ରାତିରେ ପଣ୍ଡାପଡ଼ା ପୋଲିସ ଘଟଣାସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରିଥିଲା । ଏମାନେ ସମସ୍ତେ ମୟୂରଭଞ୍ଜ ହାଟବାଦଲାର ଟେଣ୍ଟପଶିରୁ ଗାଈ କିଣିବାକୁ ହରିଚନ୍ଦନପୁରର ଜିରାଙ୍ଗକୁ ଯାଉଥିଲେ । ଆହାତମାନେ ହେଲେ ମାଟା ନାଏକ, ସୁରେନ୍ଦ୍ର ମାରାଣ୍ଡି , ରେବତୀ ରାଜ ଓ ଏସ କେ କମର । ମୃତକଙ୍କ ପରିଚୟ ମିଳିପାରିନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.