ହୀରାକୁଦ ଜଳଭଣ୍ଡାରର ଖୋଲିଲା ଆଉ ୪ଟି ଗେଟ୍, ମୋଟ୍ ୧୨ଟି ଗେଟ୍‌ ଦେଇ ଜଳ ନିଷ୍କାସନ

Published By : Prameya-News7 Bureau | September 23, 2021 IST

ସମ୍ବଲପୁର ୨୩।୦୯: ହୀରାକୁଦ ଡ୍ୟାମ୍‌ର ଖୋଲିଲା ଆଉ ୪ଟି ଗେଟ୍ । ବର୍ତ୍ତମାନ ୧୨ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଛି । ବାମ ପାର୍ଶ୍ବରେ ୮ଟି  ଏବଂ ଡାହାଣ ପାର୍ଶ୍ବରେ ୪ଟି ଗେଟ ଦେଇ ହେଉଛି ଜଳ ନିଷ୍କାସନ ଜାରି ରହିଛି । 

ତେବେ ସକାଳ ୬ଟା ସୁଦ୍ଧା ଜଳଭଣ୍ଡାରର ଜଳସ୍ତର ୬୨୯.୮୩ ଫୁଟ୍ ରହିଛି । ପ୍ରତି ସେକେଣ୍ଡରେ ଜଳଭଣ୍ଡାର ମଧ୍ୟକୁ ପ୍ରବେଶ କରୁଛି ୧, ୫୦, ୪୧୯ କ୍ୟୁସେକ ଜଳ । ସେହିଭଳି ପ୍ରତି ସେକେଣ୍ଡରେ ଜଳଭଣ୍ଡାରରୁ ନିଷ୍କାସିତ ହେଉଛି ୨, ୨୦, ୪୧୮ କ୍ୟୁସେକ ଜଳ । ହୀରାକୁଦର ମୋଟ ଏବେ ୧୨ଟି ଗେଟ୍‌ ଦେଇ ଜଳ ନିଷ୍କାସନ ଜାରି ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.