Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲୋକସଭାରେ ପାରିତ ହେଲା କୃଷି ଆଇନ ଉଚ୍ଛେଦ ବିଲ୍‌
  • ||
  • କୃଷକଙ୍କୁ ଦଳି ମାରିଲେ ୭ ଦନ୍ତା, ଖଣ୍ଡ ଖଣ୍ଡ କରିଦେଲେ ଶରୀର
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ, ୨୩୬ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୯କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୭ କରୋନା ସଂକ୍ରମିତ, ୧୦୪୮୮୮୦ରେ ପହଞ୍ଚିଲା ସଂଖ୍ୟା
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଓମିକ୍ରନ୍ ନେଇ AIIMS ମୁଖ୍ୟ ଗୁଲେରିଆ ଦେଲେ ଚେତାବନୀ, କହିଲେ ନୂଆ ଭାରିଆଣ୍ଟ ଭାକସିନକୁ ଦେଇପାରେ ଚକମା
  • ||

ଧର୍ମଶାଳାରେ ନାବାଳିକାଙ୍କୁ ଅପହରଣ ଓ ଦୁଷ୍କର୍ମ ଘଟଣା : ଆଉ ୪ ଅଭିଯୁକ୍ତ ଗିରଫ

24/01/2020 at 2:07 PM

ଯାଜପୁର ୨୪।୧: ଯାଜପୁର ଧର୍ମଶାଳାରେ ନାବାଳିକାଙ୍କୁ ଅପହରଣ ଓ ଦୁଷ୍କର୍ମ ଘଟଣାରେ ଆଉ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ପୂର୍ବରୁ ୪ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ପୋଲିସ । ବର୍ତ୍ତମାନ ସୁଦ୍ଧା ଘଟଣାରେ ୮ ଅଭିଯୁକ୍ତ ଗିରଫ ହୋଇଛନ୍ତି । ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।

ସୂଚନାଯୋଗ୍ୟ ଯେ, ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅଞ୍ଚଳରେ ପୁଣି ଏକ ଲଜ୍ଜା ଓ ସମ୍ବେଦନଶୀଳ ଘଟଣା ସାମନାକୁ ଆସିଥିଲା । ଅଭିଯୋଗ ଅନୁଯାୟୀ ଧର୍ମଶାଳା ଥାନା ଅଞ୍ଚଳର ଜଣେ ୧୬ବର୍ଷର  ନାବାଳିକାଙ୍କୁ ୪ ଦିନ ଧରି ଶାରୀରିକ ଓ ମାନସିକ ନିର୍ଯାତନା ଦେବା ସହ ବାରମ୍ବାର ନିଶା ମଧ୍ୟ ଖୁଆଉଥିଲେ। ପରେ ଦୁର୍ବୃତ ନିଶାସକ୍ତ ଅବସ୍ଥାରେ ରାସ୍ତାରେ ଫିଙ୍ଗି ଦେଇ ଚାଲିଯାଇଥିଲେ  ।  ଚଣ୍ଡିଖୋଲ ଛକରେ ଥିବା ସତ୍ୟ ନାରାୟଣ ସାମଲଙ୍କ  କସମେଟିକ ଦୋକାନକୁ ଝିଅ କିଣାକିଣି କରିବାକୁ ଅନେକ ସମୟରେ ଯାଉଥିବାବେଳେ କୌଣସି ଉଦ୍ଦେଶ୍ୟ ରଖି ତାଙ୍କ ଝିଅକୁ ମାଗଣାରେ ଜିନିଷ ଦେଉଥିଲେ । ଏପରିକି ମୋବାଇଲ ମଧ୍ୟ ଦେଇଥିଲେ । ଝିଅକୁ ଅନୈତିକ କାର୍ଯ୍ୟ କରିବାକୁ ବାଧ୍ୟ କରିଥିଲେ। କିନ୍ତୁ ଝିଅ ରାଜି ନହେବାରୁ ଗତ ୧୫ ତାରିଖ ରାତିରେ ନିଜ ଘରୁ ଝିଅକୁ ଉଠାଇ ନେଇଥିବାର କହିଥିଲେ ପୀଡିତାଙ୍କ ବାପା ।

ବନ୍ଦ ଘରେ ୩ ଦିନ ଧରି ମାନସିକ ଓ ଶାରୀରିକ ନିର୍ଯାତନା ଦିଆଯାଇ ଗଣଦୁଷ୍କର୍ମ କରାଗଲା ପରେ  ୧୮ ତାରିଖ ଦିନ ସନ୍ଧ୍ୟାରେ ନାବାଳିକାଙ୍କୁ ଏକ ଗାଡିରେ ଆଣି ତାଙ୍କ ଘରପାଖ ରାସ୍ତାରେ ଫିଙ୍ଗି ଦେଇଥିଲେ । ସେହି ସମୟରେ ସେହି ଗାଡିରେ ମହିଳା ଥିଲେ ।   ନାବାଳିକାଙ୍କୁ  ନିଶାସକ୍ତ ଅବସ୍ତାରେ ଗ୍ରାମବାସୀ ଓ ପରିବାର ଲୋକେ  ଉଦ୍ଧାର କରି ଧର୍ମଶାଳା ଥାନାକୁ ନେଇଥିଲେ । ଧର୍ମଶାଳା ଥାନା ସହାୟତାରେ  ଜିଲ୍ଲା ମୁଖ୍ୟ ଡାକ୍ତରଖାନା ସଖୀ କେନ୍ଦ୍ରରେ ଭର୍ତି କରାଯାଇଥିବାବେଳେ ତାଙ୍କୁ ସେଠାରେ ଚିକିତ୍ସିତ କରାଯାଉଛି । ଏପଟେ ୫୦୦୦ ଟଙ୍କା ନିଅ, ଆଉ ମାମଲାକୁ ରଫା ଦଫା କର, ନଚେତ ପରିସ୍ଥିତି ଭୟାଭୟ ହେବ ବୋଲି ଧମକପୂର୍ଣ୍ଣ ଫୋନ୍ କରାଯାଇଥିବାର ପୀଡିତାଙ୍କ ବାପା ଅଭିଯୋଗ ଆଣିଥିଲେ ।

   Related Posts