Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

ଭୁବନେଶ୍ବର ମାର୍କେଟ୍ ବିଲଡିଂରେ ଦୁର୍ବୃତ୍ତଙ୍କ ଆତଙ୍କରାଜ ଘଟଣା : ଆଉ ୪ଜଣଙ୍କୁ ଗିରଫ କଲା ପୋଲିସ

12/01/2020 at 10:29 AM

ଭୁବନେଶ୍ବର ୧୧।୧: ଭୁବନେଶ୍ବର ମାର୍କେଟ୍ ବିଲଡିଂରେ ଦୁର୍ବୃତ୍ତଙ୍କ ଆତଙ୍କରାଜ ଘଟଣାରେ ଆଉ ୪ ଜଣଙ୍କୁ ଗିରଫ କଲା କମିଶନରେଟ୍ ପୋଲିସ । ତେବେ ଏହି ଘଟଣାରେ ଗତକାଲି ୧୮ ଜଣଙ୍କୁ ପୋଲିସ ଗିରଫ କରିଥିବା ବେଳେ ଆଜି ଆଉ ୪ଜଣଙ୍କୁ ଗିରଫ କରାଯାଇଛି । ଗତ ଶୁକ୍ରବାର ଦିନ ଦୁର୍ବୃତ୍ତମାନେ ହାତରେ ମାରଣାସ୍ତ୍ର ଧରି ଉଠା ଦୋକାନୀଙ୍କୁ ପିଟିଥିଲେ । ଏଥିରେ ୨ ଜଣ ପୋଲିସ କର୍ମଚାରୀଙ୍କ ସହ ୧୦ରୁ ଅଧିକ ଲୋକ ଆହତ ହୋଇଥିଲେ । ଦୋକାନର ସରଞ୍ଜାମ ଭଙ୍ଗାରୁଜା କରିଥିଲେ । ଦୁର୍ବୃତ୍ତଙ୍କ ଆଖିବୁଜା ମାଡରେ ଲହୁଲୁହାଣ ଦୋକାନୀଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା ।

ଶୁକ୍ରବାର ସମୟ ସନ୍ଧ୍ୟା ୬ଟା ୩୦ମିନିଟ୍ । ଖଚାଖଚ ଭିଡ ଥିବା ମାର୍କେଟ୍ ବିଲଡିଂରେ ଶୁଭିଲା କାଚଭଙ୍ଗାଠୁ ଆରମ୍ଭ କରି ପିଟାପିଟିର ଶବ୍ଦ। ଏହାର ଶବ୍ଦ ଯେତିକି ଥିଲା ତାଠୁ ବେଶୀ ଶୁଭୁଥିଲା ଲୋକଙ୍କ ଚିତ୍କାର। କାରଣ ମାର୍କେଟ୍ ବିଲଡିଂକୁ ପଶି ଆସିଥିଲେ ମୁଖା ପିନ୍ଧା ଦୁର୍ବୃତ୍ତ। କେହି କିଛି ବୁଝିବା ଆଗରୁ ଆରମ୍ଭ କରିଦେଇଥିଲେ ଆତଙ୍କରାଜ। ମାର୍କେଟ୍ ବିଲଡିଂ ଭିତରକୁ ଧସେଇ ପଶିଥିଲେ ମୁଖା ପିନ୍ଧା ଦୁର୍ବୃତ୍ତ। ଆଉ ଆଗରେ ଯାହା ଦୋକାନ ପଡିଲା ମନଇଚ୍ଛା ଭାଙ୍ଗିଚାଲିଥିଲେ  ।

ଖାଲି ଦୋକାନ ଭାଙ୍ଗୁନଥିଲେ, ସାମ୍ନାରେ ଯିଏ ପଡିଲା ସିଏ ବି ପାଉନଥିଲା ନିସ୍ତାର । ଏପରିକି ପୋଲିସ ମଧ୍ୟ ଏମାନଙ୍କର ଆକ୍ରମଣରୁ ବର୍ତ୍ତିପାରିନଥିଲା । ଖଣ୍ଡା, ଫାର୍ଶା, ହକି ଷ୍ଟିକ୍, କାଠ ବେଣ୍ଟ ଧରି ପାଖାପାଖି ଘଣ୍ଟାଏ ଚଳାଇଥିଲେ ଆତଙ୍କରାଜ । ଉଠା ଦେକାନୀଙ୍କ  ପାଖରୁ ଖାଉଥିବାବେଳେ ଓ କିଣୁଥିବାବେଳେ ଛିନଛତ୍ର ଦେଇଥିଲେ ଗ୍ରାହକ । ଏଭଳି ଦୃଶ୍ୟ ଦେଖି  ମାର୍କେଟ୍ ବିଲଡିଂର ଅନ୍ୟ ଦୋକାନୀମାନେ ସଟ୍ଟର ମଧ୍ୟ ପକାଇଦେଇଥିଲେ ।

   Related Posts