Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୫କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୨୯୧ କୋଭିଡ୍ ପଜିଟିଭ୍, ୧୨୧୧୯୫୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଖଲ୍ଲିକୋଟ : ଅଟୋକୁ ପଛ ପଟୁ ଧକ୍କା ଦେଲା ଟ୍ରକ, ଜଣେ ମୃତ
  • ||
  • ଭୁବନେଶ୍ୱର : ୨୬ ଯାଏଁ ରାଜ୍ୟର କିଛି ସ୍ଥାନରେ କୋହଲା ପାଗ ସହ ବର୍ଷା, ସତର୍କ କଲା ପାଣିପାଗ ବିଭାଗ
  • ||
  • ଲମତାପୁଟ : ପାଡୁଆ ପୋଲିସକୁ ସଫଳତା, ୨୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ
  • ||

ଆନ୍ଦୋଳନ ବେଳେ ନିଜର ୪ମାସର ଶିଶୁକୁ ହରାଇଲେ, ତଥାପି ଓହରିବାକୁ ରାଜି ନୁହଁନ୍ତି ଏହି ମହିଳା

4/02/2020 at 2:43 PM

ଶାହିନବାଗ ୪।୨: ଦିଲ୍ଲୀ ଶାହିନବାଗରେ ଦେଢ ମାସରୁ ଅଧିକ ସମୟ ହେବ ବିକ୍ଷୋଭ ପ୍ରଦର୍ଶନ ଜାରି ରହିଛି । ନାଗରିକ ସଂଶୋଧନ ଆଇନ (ସିଏଏ) ଏବଂ ଜାତୀୟ ନାଗରିକ ପଞ୍ଜିକା (ଏନଆରସି)କୁ ବିରୋଧ କରି ମହିଳାମାନେ ଧାରଣାରେ ବସିଛନ୍ତି । କିଛି ମହିଳ ନିଜ ପିଲାଛୁଆଙ୍କୁ ସାଙ୍ଗରେ ଧରି ଆସୁଥିବା ମଧ୍ୟ ଦେଖିବାକୁ ମିଳୁଛି । ଏହି ଛୁଆମାନଙ୍କ ମଧ୍ୟରୁ ୪ମାସର ଶିଶୁ ମହମ୍ମଦ ଜହାନଙ୍କର ଅତ୍ୟଧିକ ଥଣ୍ଡା ଯୋଗୁଁ  ୩୦ ଜାନୁଆରୀରେ ମୃତ୍ୟୁ ହୋଇଥିଲା ।

ଜହାନଙ୍କ ମା ନାଜିଆ ୧୮ ଡିସେମ୍ବରରୁ ଶାହିନବାଗରେ ଚାଲୁଥିବା ବିକ୍ଷୋଭ ପ୍ରଦର୍ଶନରେ ସାମିଲ ହୋଇଥିଲେ । ସେ ନିଜ ଶିଶୁପୁତ୍ରକୁ ମଧ୍ୟ ସାଙ୍ଗରେ ନେଇ ଧାରଣା ଦେବାକୁ ଯାଉଥିଲେ । ବିଳମ୍ବିତ ରାତି ପର୍ଯ୍ୟନ୍ତ ସେଠାରେ ରହିବା ଯୋଗୁଁ ଜହାନଙ୍କୁ ଅତ୍ୟଧିକ ଥଣ୍ଡା ହୋଇଯାଇଥିଲା । ଥଣ୍ଡା କାରଣରୁ ତାଙ୍କ ନାକ ଏବଂ ଗଳାରେ ଯନ୍ତ୍ରଣା ମଧ୍ୟ ଅନୁଭୂତ ହୋଇଥିଲା । ଶିଶୁଟିକୁ ହସ୍ପିଟାଲ ନେଇଯାଇଥିଲେ ପରିବାରଲୋକ । ଡାକ୍ତର ସେଠାରେ ଶିଶୁଟିକୁ ମୃତ ଘୋଷଣା କରିଥିଲେ । ଶିଶୁଟିର ପରିବାର ଥଣ୍ଡା ଯୋଗୁଁ ଶିଶୁଟିର ମୃତ୍ୟୁ ହୋଇଯାଇଥିବା କହୁଥିବା ବେଳେ ମୃତ୍ୟୁ ପ୍ରମାଣପତ୍ରରେ ମୃତ୍ୟୁର କୌଣସି ସ୍ପଷ୍ଟ କାରଣ ଉଲ୍ଲେଖ ନାହିଁ ।

ଜହାନଙ୍କ ବାପା-ମା ଉତ୍ତରପ୍ରଦେଶର ବରେଲି ଅଞ୍ଚଳର । ସେମାନେ ଦିଲ୍ଲୀ ବାଟଲା ହାଉସ୍ ଅଞ୍ଚଳରେ ରହୁଥିଲେ । ନାଜିଆଙ୍କ ସ୍ବାମୀ ଆରିଫ୍ ଇ-ରିକ୍ସା ଚଳାଉଛନ୍ତି । ଜହାନଙ୍କ ବ୍ୟତୀତ ସେମାନଙ୍କର ଆଉ ଦୁଇଟି ସନ୍ତାନ ଅଛନ୍ତି । ନାଜିଆଙ୍କୁ ତାଙ୍କ ସ୍ବାମୀ ଏବଂ ମା ବିରୋଧ କରୁଥିବା ସତ୍ତ୍ବେ ସେ ଧାରଣା ପ୍ରଦର୍ଶନ ପାଇଁ ଯାଉଥିଲେ । ଜହାନଙ୍କ ମୃତ୍ୟୁ ପରେ ମଧ୍ୟ ନାଜିଆ ପୁଣି ଥରେ ବିରୋଧ ପ୍ରଦର୍ଶନ ପାଇଁ ଯିବାକୁ ପ୍ରସ୍ତୁତ ହେଉଛନ୍ତି । ଏଥର ସେ ତାଙ୍କୁ ଛୁଆଙ୍କ ସାଙ୍ଗରେ ନେଇ ଯିବେନାହିଁ ବୋଲି କହିଛନ୍ତି ।

   Related Posts