ମୋବାଇଲ୍‌ରେ କ୍ରିକେଟ୍ ଦେଖୁଥିବା ଯୁବକଙ୍କୁ ଗାଁ ଦାଣ୍ଡରେ ବୋମା ଓ ମାରଣାସ୍ତ୍ରରେ ଆକ୍ରମଣ କରି ହତ୍ୟାକଲେ ୪ ଦୁର୍ବୃତ୍ତ

Published By : Prameya-News7 Bureau | April 21, 2019 IST

ବ୍ରହ୍ମପୁର ୨୧|୪: ଗାଆଁ ଦାଣ୍ଡରେ ସର୍ବ ସମ୍ମୁଖରେ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରିଲେ ଦୁର୍ବୁତ୍ତ। ପ୍ରଥମେ ବୋମା ମାଡ ପରେ ମାରଣାସ୍ତ୍ରରେ ଆକ୍ରମଣ କରି ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ପରିବାରବର୍ଗ। କଣ ପାଇଁ କାହିଁକି ହତ୍ୟା କରିଲେ ଦୁର୍ବୁତ୍ତ ଏ ସଂପର୍କରେ ରିପୋର୍ଟ ।

{"id":105770,"width":580,"height":462}

ଥାନା ଗୋପାଳପୁର। ଗାଁ ବଡଗୁମୁଳା। ଗତକାଲି ରାତି ସମୟ ପାଖାପାଖି ସାଡେ ଆଠଟା। ସୁଶାନ୍ତ ସାହୁ ଘର ଦାଣ୍ଡରେ ଏକାକୀ ମୋବାଇଲ୍ ଫୋନ୍‌ରେ କ୍ରିକେଟ୍ ଖେଳ ଦେଖୁଥିଲେ। ପ୍ରଥମେ ଗୋଟିଏ ବାଇକ୍ ଚକ୍କର କାଟିଥିଲା। ତାର କିଛି ସମୟ ପରେ ହଠାତ୍ ଦୁଇଟି ବାଇକ୍‌ରେ ୪ଜଣ ଦୁର୍ବୁତ୍ତ ଆସି ଅଚାନକ ବୋମାମାଡ କରିଥିଲେ। ପରେ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ଘଟଣାସ୍ଥଳରେ ହିଁ ସୁଶାନ୍ତଙ୍କ ମୃତ୍ୟୁ ହୋଇଥିଲା ବୋଲି ପରିବାରବର୍ଗ ଅଭିଯୋଗ କରିଛନ୍ତି।

{"id":105773}

ରକ୍ତ ଜୁଡୁବୁଡୁ ଅବସ୍ଥାରେ ସୁଶାନ୍ତଙ୍କ ମର ଶରୀର ଘର ଦାଣ୍ଡରେ ହିଁ ପଡିଥିଲା। ଘଟଣା ପରେ ଗାଆଁରେ କୋକୁଆ ଭୟ ସୃଷ୍ଟି ହୋଇଥିଲା। ଗତ ୧୪ ତାରିଖରେ ଦଣ୍ଡ ଯାତ୍ରା ସମୟରେ ଗାଆଁରେ କୌଣସି ଏକ କାରଣକୁ ନେଇ ଉଭୟ ଗୋଷ୍ଠୀ ମଧ୍ୟରେ ଝଗଡା ହୋଇଥିଲା। ଏହାକୁ ନେଇ ଯୁବକକୁ ହତ୍ୟା କରାଯାଇଥିବା ଅନୁମାନ କରାଯାଇଛି। ହତ୍ୟାକାଣ୍ଡରେ ସଂପୃକ୍ତ ଅଭିଯୁକ୍ତମାନଙ୍କୁ କଠୋରରୁ କଠୋର ଦଣ୍ଡ ବିଧାନ କରିବାକୁ ପରିବାରବର୍ଗ ଦାବୀ କରିଛନ୍ତି।

{"id":105774,"width":579,"height":521}

ଖବର ପାଇ ଘଟଣାସ୍ଥଳରେ ବ୍ରହ୍ମପୁର ଏସ୍.ପି, ସଦର ଏସ୍.ଡି.ପି.ଓ, ଥାନା ଅଧିକାରୀ ପ୍ରମୁଖ ପହଞ୍ଚି ଘଟଣାର ତଦନ୍ତ କରିଛନ୍ତି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକକୁ ହତ୍ୟା କରାଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଥିବା କହିଛନ୍ତି ବ୍ରହ୍ମପୁର ଏସ୍.ପି ପିନାକ ମିଶ୍ର। ମର ଶରୀରକୁ ଜବତ କରି ପୋଷ୍ଟମୋର୍ଟମ୍ ପାଇଁ ବ୍ରହ୍ମପୁର ବଡ ମେଡିକାଲ୍‌କୁ ପଠାଯାଇଛି। ଦୁଇଟି ବାଇକ୍‌ରେ ୪ଜଣ ଦୁର୍ବୁତ୍ତ ଆସି ବୋମାମାଡ କରି ଘଟଣାସ୍ଥଳରୁ ଫେରାର୍ ହୋଇଯାଇଛନ୍ତି। ଅଭିଯୁକ୍ତଙ୍କୁ ଧରିବା ପାଇଁ ସଦର ଏସ୍.ଡି.ପି.ଓ ଙ୍କ ନେତୃତ୍ୟରେ ଏକ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇଛି। ଖୁବ୍ ଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ଏସ୍.ପି ପିନାକ ମିଶ୍ର କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.