Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରକୁ ଓଡ଼ିଶା ମାଗିଲା ଅଗଷ୍ଟ ବର୍ଷା-ବନ୍ୟାର ସହାୟତା, ଦାବି କଲା ୧୫୬୯.୫୦ କୋଟି ଟଙ୍କା
  • ||
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ପୁଣି ଲଜ୍ଜା: ଦୁଷ୍କର୍ମରେ ଶିକାର ହେଲେ ୪ ନାବାଳିକା

16/01/2020 at 5:36 PM

ମଧ୍ୟପ୍ରଦେଶ୧୬/୧: ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ସାରା ଦେଶ ଜଳୁଥିବା ବେଳେ ପୁଣି ୪ ନାବାଳିକା ଗଣଦୁଷ୍କର୍ମରେ ଶିକାର ହୋଇଛନ୍ତି। ଗତ ବୁଧବାର ମକର ସଂକ୍ରାନ୍ତିରେ ୬ଜଣ ନାବାଳିକା ରଙ୍ଗ ରୋଡ଼ା ମେଳା ଦେଖିବାକୁ ଯାଇଥିଲେ। ଫେରିବା ବାଟରେ ଦୁଷ୍କର୍ମକାରୀମାନେ ଲୁଚି ରହିଥିଲେ। ଏକାସାଙ୍ଗରେ ୬ ଜଣଙ୍କୁ ଦୁର୍ବୃତ୍ତମାନେ ଆଟାକ୍ କରିଥିଲେ। ହେଲେ ୬ଜଣଙ୍କ ମଧ୍ୟରୁ ୨ ଜଣ ନାବାଳିକା ସେମାନଙ୍କ କବଳରୁ ଖସି ଯାଇଥିଲେ। ବାକି ଯେଉଁ ଚାରିଜଣ ରହିଲେ ସେମାନେ ଗଣଦୁଷ୍କର୍ମରେ ଶିକାର ହୋଇଥିଲେ। ମଧ୍ୟପ୍ରଦେଶର ଖୁଣ୍ଟି ଜିଲ୍ଲାରେ ଏଭଳି ଲଜ୍ଜାଜନକ ଘଟଣା ଘଟିଛି।

ସୂଚନା ମୁତାବକ ଚାରିଜଣ ପୀଡ଼ିତାଙ୍କ ବୟସ ୧୨ରୁ ୧୫ ବର୍ଷ ଭିତରେ ହେବ। ଏମାନେ ସବୁ ପଞ୍ଚମ ଓ ଷଷ୍ଠ କ୍ଲାସ୍‌ରେ ପାଠ ପଢ଼ନ୍ତି। ପୋଲିସ୍‌ର ସୂଚନା ମୁତାବକ ବର୍ତ୍ତମାନ ସୁଦ୍ଧା ଜଣେ ଦୁଷ୍କର୍ମକାରୀର ପରିଚୟ ମିଳି ସାରିଛି। ବାକି ଦୁଷ୍କର୍ମକାରୀଙ୍କ ପରିଚୟ ଓ ଠିକଣା ଏବେ ପୋଲିସ୍‌ ଖୋଜୁଛି। ବର୍ତ୍ତମାନ ଚାରିଜଣ ପୀଡ଼ିତାଙ୍କୁ ଡାକ୍ତର ମାଇନା ପାଇଁ ହସ୍ପିଟାଲକୁ ପଠାଯାଇଛି।

ପୀଡ଼ିତାଙ୍କ ପରିବାର ଲୋକଙ୍କ କହିବା ଅନୁସାରେ ଦୁଷ୍କର୍ମକାରୀଙ୍କ କବଳରୁ ଖସି ଆସିଥିବା ୨ଜଣ ନାବାଳିକା ପ୍ରଥମେ ସୂଚନା ଦେଇଥିଲେ। ପରେ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ। ଏହା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପୀଡ଼ିତାଙ୍କୁ ଉଦ୍ଧାର କରିଥିଲା।

   Related Posts