ଟେଲିଭିଜନ ଆଙ୍କର ବରଖା ଦତ୍ତଙ୍କୁ ପ୍ରାଇଭେଟ୍ ପାର୍ଟର ଫଟୋ ପଠାଇଥିବା ବ୍ୟକ୍ତି ହେଲେ ଗିରଫ

Published By : Prameya-News7 Bureau | March 21, 2019 IST

ସୋଶିଆଲ ମିଡିଆ ସାମ୍ବାଦିକା ବରଖା ଦତ୍ତଙ୍କୁ ପ୍ରାଇଭେଟ୍ ପାର୍ଟର ଫଟୋ ପଠାଇ ଜଣେ ବ୍ୟକ୍ତି ହଇରାଣ କରୁଥିଲା। ପୋଲିସ ଏବେ ତାକୁ ଗିରଫ କରିଛି। ଏହା ବ୍ୟତୀତ ସୋଶିଆଲ ମିଡିଆରେ କେତେକ ଲୋକ ତାଙ୍କୁ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ। ବରଖା ଏହି ମାମଲାକୁ ବ୍ୟକ୍ତିଗତ ସ୍ତରରେ ସମାଧାନ ନ କରି ଏ ସମ୍ପର୍କରେ ସାଇବର ସେଲରେ ଅଭିଯୋଗ କରିଥିଲେ । ବରଖା ଫେବୃୟାରୀ ୨୧ତାରିଖରେ ଏହି ଦୁର୍ବୃତ୍ତଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ। ସେ ସାଇବର ସେଲରେ ସେ ଅଭିଯୋଗ କରିଥିଲେ ଯେ, ଯେ କିଛି ଲୋକ ତାଙ୍କୁ ଫୋନ୍ କରି ଧମକ ଦେବା ସହ ଅଶ୍ଳୀଳ ମ୍ୟାସେଜ ପଠାଉଥିଲେ । ଏଥିସହ ହ୍ବାଟସଆପରେ ମଧ୍ୟ କଲ୍ କରୁଥିଲେ। ଏବେ ପୋଲିସ୍ ଏହି ଅଭିଯୁକ୍ତଙ୍କୁ ଗିରଫ କରିଛି।

ପୋଲିସ୍ ଏହି ମାମଲାରେ ୪ଜଣଙ୍କୁ ଗିରଫ କରିଛି । ୩ଜଣଙ୍କୁ ଦିଲ୍ଲୀରୁ ଏବଂ ଜଣଙ୍କୁ ଗୁଜୁରାଟର ସୁରଟରୁ ଗିରଫ କରାଯାଇଛି। ଏମାନଙ୍କ ମଧ୍ୟରେ ଜଣେ ଛାତ୍ର ଓ ଅନ୍ୟ ଦୁଇଜଣ ଘରୋଇ ସଂସ୍ଥାରେ କାମ କରୁଛନ୍ତି ଏବଂ ଆଉ ଜଣେ କଂସେଇ। ଯେଉଁ ୩ଜଣ ଅଭିଯୁକ୍ତ ଧମକପୂର୍ଣ୍ଣ ମ୍ୟାସେଜ କରିଥିଲେ ସେମାନଙ୍କ ନାଁ ରାଜୀବ ଶର୍ମା,ହେମରାଜ କୁମାର ଏବଂ ଆଦିତ୍ୟ କୁମାର।

ଏହି ୩ଜଣଙ୍କୁ ପଚରାଉଚରା ପରେ ପୋଲିସ ଚେତାବନୀ ଦେଇ ଛାଡିଦେଇଛି । କିନ୍ତୁ କଂସେଇ କାମ କରୁଥିବା ଗୁରଫାନ ପିଞ୍ଜାରରୀଙ୍କୁ ଏବେ ୧୪ଦିନ ପାଇଁ ପୋଲିସ ହେପାଜତରେ ରଖାଯାଇଛି। ଏହି ଗୁରଫାନ ପିଞ୍ଜାରୀ ବରଖାଙ୍କୁ ଅଶ୍ଳୀଳ ଫଟୋ ପଠାଇଥିଲା । ଅଭିଯୁକ୍ତଙ୍କ କହିବାନୁସାରେ ସେମାନଙ୍କୁ ବରଖାଙ୍କ ନମ୍ବର ସୋଶିଆଲ ମିଡିଆରୁ ମିଳିଥିଲା। କୈାଣସି ଏକ ଅଶ୍ଳିଳ ସାଇଟରେ ବରଖାଙ୍କ ନମ୍ବର କଲ ଗାର୍ଲ ବୋଲି ଦିଆଯାଇଥିଲା। ବରଖାଙ୍କ ନମ୍ବରର ଦୁରୁପୋଯୋଗ କରିଥିବା ଲୋକଙ୍କୁ ମଧ୍ୟ ପୋଲିସ ଏବେ ଖୋଜୁଛି ।  

ବରଖା ଯାହା କରିଥିଲେ ତାହା ପ୍ରତ୍ୟେକ ମହିଳାଙ୍କୁ କରିବା ଉଚିତ୍। ଯଦି ଆପଣଙ୍କୁ ନିର୍ଯ୍ୟାତନା ଦିଆଯାଉଛି,ଆପଣଙ୍କ ପାଖକୁ ଅଶ୍ଳୀଳ ମ୍ୟାସେଜ ଆସୁଛି ତାହେଲେ ତାକୁ ନିଜ ସ୍ତରରେ ନରଖି ତୁରନ୍ତ ଆଇନର ଆଶ୍ରୟ ନେବା ଆବଶ୍ୟକ । ‌

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.