ଆନ୍ତଃରାଜ୍ୟ ଚୋର ଗ୍ୟାଙ୍ଗ୍ର ୪ ସଦସ୍ୟ ଗିରଫ
29/05/2019 at 3:08 PM

ମାଲକାନଗିରି ୨୯|୫: ମାଲକାନଗିରି ଜିଲ୍ଲା ପୋଲିସକୁ ଏକ ବଡ ସଫଳତା ମିଳିଛି । ଆନ୍ତଃରାଜ୍ୟ ଚୋର ଗ୍ୟାଙ୍ଗର ୪ ଜଣ ସଦସ୍ୟକୁ ପୋଲିସ ଆଜି ଗିରଫ କରିଛି । ସେମାନେ ହେଲେ ଗୁରୁଦାସ ମଜୁମଦାର, ବିଜୟ ମଣ୍ଡଳ, ବରୁଣ ଢାଲି ଓ ବାବୁଲାଲ୍ ମଜୁମଦାର । ମାଲକାନଗିରି ଆଦର୍ଶ ଥାନା ପୋଲିସ ଏମାନଙ୍କ ନିକଟରୁ ୩ଟି ଚୋରା ମୋଟର ସାଇକେଲ ସହ ଗୋଟିଏ ଲାପଟପ୍, ଗୋଟିଏ ଏଲଇଡି ଟିଭି ଓ ୧୨ଟି ମୋବାଇଲ ଫୋନ୍ ଜବତ କରିଛି ।

ଗତ ଦୁଇ ବର୍ଷ ଧରି ମାଲକାନଗିରି ଜିଲ୍ଲା ସହ ସୀମାନ୍ତ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଓ ଛତିଶଗଡରେ ଏହି ରାକେଟ୍ ସକ୍ରିୟ ଭାବେ କାର୍ଯ୍ୟ କରୁଥିଲା । ଏମାନଙ୍କ ଗ୍ୟାଙ୍ଗର ଅନ୍ୟ ସଦସ୍ୟ ମାନଙ୍କୁ ମଧ୍ୟ ଖୁବ୍ ଶୀଘ୍ର ଧରାଯିବ ବୋଲି ମାଲକାନଗିରି ଏସଡିପିଓ କହିଛନ୍ତି ।
Related Posts
ନନ୍ଦନକାନନ: ଜଗୁଳିଆଙ୍କ ମାଡରେ ରେଞ୍ଜରଙ୍କ ପୁଅ ଆହତ
26 January 2021
ଦିଗପହଣ୍ଡି: ତ୍ରିରଙ୍ଗା ପତାକାକୁ ଅସମ୍ମାନ
26 January 2021
ସି.ଆର୍.ପି.ଏଫ୍ରେ ଯୋଗ ଦେବେ କର୍ଲାମୁଣ୍ଡାର ଝିଅ ସୌମ୍ୟାରାଣୀ
26 January 2021