Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ମୁଣ୍ଡଳୀ ବ୍ୟାରେଜରୁ ଡେଇଁ ଜଣେ ନିଖୋଜ, ବ୍ରିଜ୍ ଉପରେ ଅଛି ଗାଡି ଓ ମୋବାଇଲ୍
  • ||
  • ଖୋର୍ଦ୍ଧା : ଯୁବକକୁ ଖୋଜି ଆଣିବା ଦାବିରେ ଏସ୍‌ପି ଅଫିସ୍ ଘେରାଉ, ରବିବାରଠୁ ଗାଈ ଚରେଇବାକୁ ଯାଇ ଅଛନ୍ତି ନିଖୋଜ
  • ||
  • ଚାନ୍ଦବାଲି : ଖେଳୁଥିବା ବେଳେ ପୋଖରୀରେ ବୁଡିଗଲେ ଦେଢ ବର୍ଷର ଶିଶୁ କନ୍ୟା, ଡାକ୍ତରଖାନାରେ ମୃତ୍ୟୁ
  • ||
  • ଭୁବନେଶ୍ବର : ମମିତା ଘଟଣାରେ ରାଜଧାନୀ ହୁଲସ୍ତୁଲ, ଡିସିପି ଅଫିସ୍ ଘେରାଉ ବେଳେ ବିଜେପି କର୍ମୀ ଓ ପୋଲିସ ଧସ୍ତାଧସ୍ତି
  • ||
  • ନୟାଗଡ : ଗୁଣିଗାରେଡି ସନ୍ଦେହରେ ୫ ଜଣଙ୍କୁ ନିର୍ଯାତନା ଘଟଣା : ୫ ଜଣଙ୍କୁ ଗିରଫ କଲା ପୋଲିସ
  • ||
  • ମର୍ମନ୍ତୁଦ ଦୁର୍ଘଟଣା: ଡୋଡା ଘାଟିରେ ଖସିପଡିଲା ମାଟାଡୋର, ୮ ମୃତ ଓ ଅନେକ ଆହତ
  • ||
  • ଜଗତସିଂହପୁର : ଷ୍ଟାଡିୟମ୍ ନିକଟରୁ ମିଳିଲା ଯୁବକଙ୍କ ମୃତଦେହ, ବୁଧବାର ସନ୍ଧ୍ୟାରୁ ଥିଲେ ନିଖୋଜ
  • ||
  • କଳାହାଣ୍ଡି : ମମିତା ମେହେର ହତ୍ୟା ମାମଲାରେ କଂଗ୍ରେସର ଧାରଣା ୩ୟ ଦିନରେ, ମନ୍ତ୍ରୀ ଇସ୍ତଫା ନଦେଲେ ତୀବ୍ର ହେବ ଆନ୍ଦୋଳନ
  • ||
  • କଳାହାଣ୍ଡି : ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲରେ ଘାଇ, ଶହ ଶହ ହେକ୍ଟର ଧାନ ଚାଷ ନଷ୍ଟ ଆଶଙ୍କା
  • ||
  • ଢେଙ୍କାନାଳ : ଶୌଚ ହୋଇ ଫେରିବା ବେଳେ ବୃଦ୍ଧଙ୍କୁ କଚାଡିଦେଲା ଦନ୍ତା, ଡାକ୍ତରଖାନାରେ ଚାଲିଗଲା ଜୀବନ
  • ||

୮ ଦିନରେ ଜଣ ଜଣ କରି ପରିବାରର ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସହ ସଂଗ୍ରାମ କରୁଛି ବଡ଼ ବୋହୂ

24/04/2021 at 8:56 PM

ପୁଣେ ୨୪/୪: କରୋନାର ଦ୍ବିତୀୟ ଲହର କଲବଲ କରୁଛି। ହସ୍ପିଟାଲରେ ବେଡ୍‌ ମିଳୁନି କି ଅକ୍ଜିଜେନ୍‌ ମିଳୁନି। ଲୋକେ ଚିକିତ୍ସା ଅଭାବରୁ ମୃତ୍ୟୁବରଣ କରୁଥିବା ଭଳି ଖବର ମଧ୍ୟ ଶୁଣିବାକୁ ମିଳୁଛି। ସମଗ୍ର ଦେଶ ତ୍ରାହି ତ୍ରାହି କରୁଥିବା ବେଳେ ଅନେକ କରୁଣ ଚିତ୍ର ସାମ୍ନାକୁ ଆସୁଛି। କିଏ ରାସ୍ତାରେ ଅକ୍ସିଜେନ୍‌ ଲଗାଇ ମୃତ୍ୟୁ ସହ ଲଢ଼ୁଛି ତ ଆଉ କିଏ ନିଜ ପରିଜନଙ୍କ ମୃତଦେହ ନେବାକୁ ଲମ୍ବା ଲାଇନ୍‌ରେ ଛିଡ଼ା ହୋଇଛି। ଠିକ୍‌ ଏହାରି ଭିତରେ ଆଉ ଏକ ଦୁଃଖଦ ଘଟଣା ନେଇ ଖବର ମିଳିଛି।  ପୁଣେର ଏକ ପରିବାରର ୪ ସଦସ୍ୟଙ୍କ ଜୀବନ ନେଇଛି କରୋନା।

୮ ଦିନରେ ୪ ସଦସ୍ୟ ପ୍ରାଣ ହରାଇଥିବା ବେଳେ ପରିବାରର ବଡ଼ ବୋହୂ ଜୀବିତ ଅଛନ୍ତି । ସେ ଭେଣ୍ଟିଲେଟର ସପୋର୍ଟରେ ଥିବା ବେଳେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ତେବେ ମୃତକଙ୍କ ମଧ୍ୟରେ ପରିବାରର ବାପା-ମା ଏବଂ ସେମାନଙ୍କ ଦୁଇ ପୁଅ ଅଛନ୍ତି। ପରିବାରର ପ୍ରଥମେ ବଡ଼ ପୁଅ ସଂକ୍ରମିତ ହୋଇଥିଲେ। ଏହା ପରେ ବାପା-ମା ସଂକ୍ରମିତ ହୋଇଥିଲେ।  ତାପରେ  ପୁଅ ଏବଂ ବଡ଼ ବୋହୂ ସଂକ୍ରମିତ ହୋଇଥିଲେ।

ବୋହୂଙ୍କୁ ଛାଡ଼ି ଜଣ ଜଣ କରି ୪ ଜଣଙ୍କ ଜୀବନ ନେଇଛି କରୋନା। ସମସ୍ତେ ଗୋଟିଏ ଘରେ ପୁଣେର ହଡ଼ପସର ଅଞ୍ଚଳରେ ରହୁଥିଲେ। ମୃତକମାନେ ଲକ୍ଷ୍ମଣ, ସୁମନ, ଶ୍ୟାମସୁନ୍ଦର ଏବଂ ବିଜୟ କୋଚେକର । କୌଣସି ଗୋଟିଏ ହସ୍ପିଟାଲରେ ବେଡ୍‌ ନମିଳିବାରୁ ୫ ଜଣଙ୍କ ଚିକତ୍ସା ଅଲଗା ଅଲଗା ହସ୍ପିଟାଲରେ ହେଉଥିଲା। ଧିରେଧିରେ ସମସ୍ତଙ୍କ ସ୍ବାସ୍ଥ୍ୟବସ୍ଥା ବଗିଡ଼ିଥିଲା। ଶେଷରେ ଜଣେ ମହିଳାଙ୍କ ବ୍ୟତୀତ ପୂରା ପରିବାର ଦୁନିଆ ଛାଡ଼ି ଚାଲିଯାଇଛି ।

ସେପଟେ ଡାକ୍ତରଙ୍କ କହିବା ଅନୁଯାୟୀ, ୧୬ ଏପ୍ରିଲ୍‌ରେ ସୁମନଙ୍କ ମୃତ୍ୟୁ ହୋଇଥିବା ବେଳେ ପରେ ତାଙ୍କ ସ୍ବାମୀ ଲକ୍ଷ୍ମଣଙ୍କ ମୃତ୍ୟୁ ହୋଇଛି। ୨୨ ଏପ୍ରିଲ୍‌ରେ ଶ୍ୟାମସୁନ୍ଦର ଏବଂ ପରେ ଶୁକ୍ରବାର ଦିନ ବିଜୟ ପ୍ରାଣ ହରାଇଛନ୍ତି। ଶ୍ୟାମସୁନ୍ଦରଙ୍କ ପତ୍ନୀ ଭେଣ୍ଟିଲେଟର ସପୋର୍ଟରେ ଅଛନ୍ତି। ତାଙ୍କର ଫୁସଫୁସ୍‌ ୫୦ ପ୍ରତିଶତରୁ ଅଧିକ ସଂକ୍ରମିତ ଥିବା ଡାକ୍ତର କହିଛନ୍ତି ।

   Related Posts