ବିଷାକ୍ତ ଛତୁଖାଇ ଗୋଟିଏ ପରିବାର ୬ ଗୁରୁତର

Published By : Prameya-News7 Bureau | May 07, 2020 IST

ଆନନ୍ଦପୁର ୦୭।୦୫: କେନ୍ଦୁଝର ଜିଲ୍ଲା ସୋସ ଥାନା ହରଡବାଡି ଗାଁ ରେ ବିଷାକ୍ତ ଛତୁଖାଇ ଗୋଟିଏ ପରିବାରର ଛଅଜଣ ଅସୁସ୍ଥ ହୋଇଛନ୍ତି । ଗୋଟିଏ ପରିବାର ମା ସହ ଦୁଇ ପୁଅ ଓ ୩ ଝିଅ ଗୁରୁତର ଅସୁସ୍ଥ ହୋଇ ଆନନ୍ଦପୁର ଡାକ୍ତରଖାନାରେ ଭର୍ତି ହୋଇଛନ୍ତି । ଗୁରୁତରଙ୍କ ମଧ୍ୟରେ ୨ଜଣ ନାବାଳିକା ରହିଥିବାଜଣାପଡିଛି ।

ସୂଚନାଯୋଗ୍ୟ ଯେ, ନିଜ ବାଡିରେ ଥିବା ସୁଖିଲା କାଠ ଉପରେ ଫୁଟିଥିବା ଛତୁ କୁ ଆଜି ଗାଁର ଚମ୍ପା ମୁର୍ମୁ ତୋଳି ଆଣିଥିଲେ । ସେଗୁଡିକୁ ଭାଜିବା ପରେ ଚମ୍ପା ଓ ତାଙ୍କର ୨ ପୁଅ ୩ ଝିଅ ମିଶି ପଖାଳ ଖାଇଥିଲେ । ଖାଇବାର ଅଧଘଣ୍ଟାଏ ପରେ ସମସ୍ତେ ବାରମ୍ବାର ବାନ୍ତି କରି ଅସୁସ୍ଥତା ଅନୁଭବ କରିଥିଲେ । ୧୦୮ ଆମ୍ବୁଲାନ୍ସ ସହାୟତାରେ ସମସ୍ତଙ୍କୁ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରିଯାଇଥିଲା । ବର୍ତ୍ତମାନ ସେମାନଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି । ଗୁରୁତର ଅସୁସ୍ଥ ମଧ୍ୟରେ ମା ଚମ୍ପା ମୁର୍ମୁ ବଡ଼ପୁଅ ଅନେସ୍, ଅନନ୍ତ, ଝିଅ ସୀତା ଓ ଦୁଇ ନାବାଳିକା ଝିଅ ଜସ୍ମି ଓ ଜୟନ୍ତି ରହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.