ସ୍ତ୍ରୀକୁ ହତ୍ୟା ପରେ ଦୁଇ ସନ୍ତାନ ସହ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଯୁବକ, ଚାଲିଗଲା ୪ ଜଣଙ୍କ ଜୀବନ

Published By : Prameya-News7 Bureau | October 24, 2020 IST

ରାଜକୋଟ ୨୪।୧୦: ଗୁଜୁରାଟ ରାଜକୋଟରେ ଘରୋଇ କଳହକୁ ନେଇ ୧୨ ଘଣ୍ଟାରେ ଯାଇଛି ୫ ଜଣଙ୍କ ଜୀବନ । ସହରର ରୁଖଡିଆ କ୍ରସିଂ ଅଞ୍ଚଳରେ ଜଣେ ଯୁବକ ଶୁକ୍ରବାର ସନ୍ଧ୍ୟାରେ ନିଜ ପତ୍ନୀ ଏବଂ ମାମୁଙ୍କୁ ଛୁରୀ ଭୂସୀ ହତ୍ୟା କରିଛନ୍ତି । ଏହାସହ ଶାଶୁ ଗୁରୁତର ହୋଇଥିବା ଜଣାପଡିଛି । ଏହାପରେ ଯୁବକ ଜଣଙ୍କ ଦୁଇ ଛୁଆଙ୍କ ସହ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଛନ୍ତି । ଶନିବାର ସକଳେ ଅଭିଯୁକ୍ତ ଏବଂ ତାଙ୍କର ଦୁଇ ଛୁଆ ଚିକିତ୍ସାଧିନ ଅବସ୍ଥାରେ ପ୍ରାଣ ହରାଇଛନ୍ତି ।

ପୋଲିସର ସୂଚନା ଅନୁସାରେ ସହରର ଜଙ୍କସନ୍ ଅଞ୍ଚଳରେ ରୁଖଡିଆପଡା ରେଲଓ୍ବେ କ୍ରସିଂ ନିକଟରେ ହୋଇଛି । ସହରର ଥୋରାଲା ଅଞ୍ଚଳରେ ରହୁଥିବା ଇମରାନ ପଠାନ୍ ମହିଳା ଥାନାରେ ଅଭିଯୋଗ କରି ଘରକୁ ଫେରୁଥିବା ତାଙ୍କ ପତ୍ନୀ ନାଜିୟା ଏବଂ ତାଙ୍କ ମା’ଙ୍କୁ ରାସ୍ତାରେ ଅଟକାଇଥିଲେ । ଉଭୟଙ୍କ ଉପରକୁ ଆଖିବୁଜା ଗୁଳିଚାଳନା କରିଥିଲେ । ଯେତେବେଳେ ନାଜିଆଙ୍କ ଭାଇ ନାଜିର ଏଥିରେ ହସ୍ତକ୍ଷେପ କରିଥିଲେ ସେତେବେଳେ ଇମରାନ ମଧ୍ୟ ତାଙ୍କ ଉପରେ ଆକ୍ରମଣ କରିଥିଲେ । ନାଜିୟ ଏବଂ ନାଜିରଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିଲା । ଫିରୋଜାଙ୍କୁ ସଙ୍ଗେ ସଙ୍ଗେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ଏସବୁ ଘଟଣା ପରେ ଇମରାନ୍ ତାର ଦୁଇ ଛୁଆଙ୍କ ସହ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲା । ଗୁରୁତର ଅବସ୍ଥାରେ ସମସ୍ତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧିନ ଅବସ୍ଥାରେ ସମସ୍ତଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୭ ବର୍ଷ ଏବଂ ୮ ବର୍ଷର ଦୁଇ ଝିଅ ଅଛନ୍ତି ।

ସୂଚନା ଅନୁସାରେ ଇମରାନ ଏବଂ ତାଙ୍କ ପତ୍ନୀଙ୍କ ମଧ୍ୟରେ ବିବାଦ ଲାଗିରହିଥିଲା । ଫଳରେ କୋର୍ଟରେ ମାମଲା ଚାଲିଥିଲା । ଛୁଆଙ୍କ ଭରଣପୋଷଣ କିଏ କରିବ ସେ ନେଇ ଚାଲିଥିଲା ମାମଲା । ମାତ୍ର ମାମଲା ସମାଧାନ ହେବା ପରେ ପତ୍ନୀ ଇମରାନଙ୍କ ନିକଟକୁ ଚାଲିଆସିଥିଲେ । ମାତ୍ର ଇମରାନ ତାଙ୍କୁ ମାରପିଟ୍ କରୁଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.