ଆତ୍ମସମର୍ପଣ କଲେ ୪ ମାଓ ମିଲିସିଆ, ଏମାନଙ୍କ ନାଁରେ ଥିଲା ଅନେକ ମାମଲା
5/01/2021 at 9:24 AM

ମାଲକାନଗିରି ୫।୧: ଆତ୍ମସମର୍ପଣ କଲେ ମିଲିସିଆ । ବିଶାଖାପାଟଣା ପୋଲିସ ନିକଟରେ ୪ ଜଣ ସଶସ୍ତ୍ର ମିଲିସିଆ ଆତ୍ମସମର୍ପଣ କରିଛନ୍ତି । ଆତ୍ମସମର୍ପଣ କରିଥିବା ମିଲିସିଆ ଦେଲେ କେ. ସୀତା, ଆଜାଡୁ, ସୁଧୀର, ଓ ଭବାନୀ । ସୀତାଙ୍କ ମୁଣ୍ଡ ଉପରେ ପୂର୍ବରୁ ୪ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ ଆନ୍ଧ୍ର ସରକାର ।

ତେବେ ଆତ୍ମସମର୍ପଣ ପରେ ସରକାରଙ୍କ ନିୟମ ଅନୁସାରେ ସେମାନଙ୍କୁ ଥଇଥାନ କରାଯିବା ବୋଲି ବିଶାଖାପାଟଣା ଏସପି କହିଛନ୍ତି । ଏମାନଙ୍କ ନାମରେ ପୂର୍ବରୁ ମାଲକାନଗିରି ଓ କୋରାପୁଟ ଜିଲ୍ଲାରେ ଅନେକ ମାମଲା ରହିଛି । ବିଶେଷ କରି ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳରେ ଏମାନେ ଅନେକ ହିଂସାକାଣ୍ଡ ଘଟାଇଛନ୍ତି ।
Related Posts
ଅଲୋଡା ହେଲା ଶିଶୁପତ୍ର, ପରିତ୍ୟକ୍ତ କୂଅରୁ ଉଦ୍ଧାର ହେଲା ମୃତଦେହ
20 January 2021