Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଷ୍ଟେଟ୍ ବ୍ୟାଙ୍କ ଉପରେ କୋଟିଏ ଟଙ୍କାର ଫାଇନ ଲଗାଇଲେ ରିଜର୍ଭ ବ୍ୟାଙ୍କ, ସବୁଠୁ ବଡ ବ୍ୟାଙ୍କ ବିରୋଧରେ ଋଣ ନିୟମ ଉଲ୍ଲଙ୍ଘନ ଅଭିଯୋଗ
  • ||
  • ଶ୍ରେୟସ ଆୟରଙ୍କ ଉପରେ ମୁମ୍ବାଇ ଇଣ୍ଡିଆନ୍ସର ନଜର, ରାହୁଲ ଓ ଧାଓ୍ୱନ ବି ବଦଳାଇବେ ଟିମ୍ !
  • ||
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||

ବନ୍ଧୁକ ଦେଖାଇ କରୁଥିଲେ ଲୁଟ୍ , ଏବେ ପୋଲିସ କବ୍‌ଜାରେ ୪ ଆନ୍ତଃ ଜିଲ୍ଲା ଡକାୟତ

20/10/2020 at 8:41 AM

ନୟାଗଡ଼ ୨୦।୧୦: ୪ ଆନ୍ତଃ ଜିଲ୍ଲା ଡକାୟତ ଗିରଫ । ବନ୍ଧୁକ, ଗୁଳି, ଚୋରା ଗାଡି ଜବତ । ୪ଜଣ  ଆନ୍ତଃ ଜିଲ୍ଲା ଡକାୟତଙ୍କୁ ଗିରଫ କରିଛି ନୟାଗଡ ଜିଲ୍ଲା ଇଟାମାଟି ଥାନା ପୋଲିସ । ସେମାନଙ୍କ ଠାରୁ ଗୋଟିଏ ଦେଶି ବନ୍ଧୁକ , ୬ ଟି ଅଫୁଟା ଗୁଳି, ଖଣ୍ଡା, କଟୁରି ସମେତ ଗୋଟିଏ ଚୋରା ଟାଟା ଏସି ଗାଡି ଜବତ ହୋଇଛି । ଗିରଫ ଡକାୟତ ମାନେ ହେଲେ ଶ୍ରୀନିବାସ ପଲେଇ, ମୁରଲି ବହେରା, ଗଣେଶ ପ୍ରଧାନ ଏବଂ ଲକ୍ଷ୍ମୀଧର ପରିଡା ।

ଏମାନେ ସମସ୍ତେ ଇଟାମାଟି ଥାନା ଅଞ୍ଚଳର । ବନ୍ଧୁକ ଦେଖାଇ ବିଭିନ୍ନ ସ୍ଥାନରୁ ଗାଡି ଚୋରି କରିବା ସହ ଗାଁ ଗାଁ ବୁଲି ରାତିରେ ଛେଳି ଚୋରି କରୁଥିଲେ । ଚୋରି ଗାଡିକୁ ଜିଲ୍ଲା ବାହାରେ ବିକ୍ରି କରୁଥିଲେ ବୋଲି ନୟାଗଡ ଏସ୍.ଡି.ପି.ଓ ସୂଚନା ଦେଇଛନ୍ତି । ଇଟାମାଟି ଥାନାରେ ଏମାନଙ୍କ ନଁ।ରେ ତିନୋଟି ମାମଲା ରହିଥିବା ବେଳେ  ଅନ୍ୟ କେଉଁ ସ୍ଥାନରେ ମାମଲା ରହିଛି ସେ ସମ୍ପର୍କରେ ତଦନ୍ତ ଚାଲିଥିବା ନୟାଗଡ ଏସ୍.ଡି.ପି.ଓ. କହିଛନ୍ତି ।

   Related Posts