Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଲୁଟେରା ଗ୍ୟାଙ୍ଗ୍‌ର ପର୍ଦ୍ଦାଫାଶ : ୪ ଡକାୟତଙ୍କ ସହ ୩ ଗ୍ରାହକ ଗିରଫ

26/05/2020 at 3:44 PM

କଣ୍ଟାବାଞ୍ଝି ୨୬।୫: ଲକ୍ ଡାଉନ୍ର ଫାଇଦା ନେଇ ଲୁଟେରା ଗ୍ୟାଙ୍ଗ ସକ୍ରିୟ । କଣ୍ଟାବାଞ୍ଝି ତଥା ଆଖପାଖ ଅଞ୍ଚଳରେ ଏହି ଡକାୟତି ଗ୍ୟାଙ୍ଗ୍ ଲୁଟପାଟ୍ ଚଳାଇଥିଲେ । ଏ ନେଇ ଦିନକୁ ଦିନ ଥାନାରେ ଅଭିଯୋଗ ହୋଇ ଆସୁଥିଲା ।

ତେବେ ବଲାଙ୍ଗୀର ଏସପିଙ୍କ ନିର୍ଦ୍ଦେଶକ୍ରମେ କଣ୍ଟାବାଞ୍ଝି ପୋଲିସ ଏସଡିପିଓଙ୍କ ନେତୃତ୍ବରେ କଣ୍ଟାବାଞ୍ଜି, ମୁରିବାହାଲ, ବଙ୍ଗୋମୁଣ୍ଡା ଥାନା ଅଧିକାରୀଙ୍କୁ ନେଇ ଏକ ଟିମ୍ ଗଠନ କରାଯାଇଥିଲା । ଏହି ପୋଲିସ ଟିମ୍ ୪ ଡକାୟତଙ୍କ ସହ ୩ ଗ୍ରାହକଙ୍କୁ ଗିରଫ କରିବାରେ ସଫଳ ହୋଇଛି । ଏନେଇ କଣ୍ଟାବାଞ୍ଜି ଏସଡିପିଓ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

ଡ଼କାୟତମାନଙ୍କଠାରୁ ୬ଟି ବାଇକ୍ ସହ ୮ ଟି ମୋବାଇଲ ଜବତ ହୋଇଛି । ପୂର୍ବରୁ ଏହି ଡ଼କାୟତମାନଙ୍କ ନାଁରେ ମାମଲା ଅଛି । ସେ ନେଇ ପୋଲିସ ତଦନ୍ତ କରୁଥିବା ବେଳେ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ।

   Related Posts