Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନବରଙ୍ଗପୁର : କୁନ୍ଦେଇ ସରପଞ୍ଚ ନିଲମ୍ବିତ, ଭାରତମାଳା ଯୋଜନାକୁ ବିରୋଧ କରିବାରୁ କାର୍ଯ୍ୟାନୁଷ୍ଠାନ
  • ||
  • ୨ ଦିନିଆ କନ୍ଧମାଳ ଗସ୍ତରେ ଶିଶୁ ସୁରକ୍ଷା ଅଧିକାର ଅଧ୍ୟକ୍ଷା
  • ||
  • ବ୍ରହ୍ମପୁର : ବ୍ରହ୍ମପୁର ଫାଷ୍ଟଗେଟ୍ ଅଞ୍ଚଳରୁ ଜଣଙ୍କ ମୃତଦେହ ଠାବ, ହତ୍ୟା ସନ୍ଦେହ
  • ||
  • ନୀଳଗିରି: ହାତୀ ଆତଙ୍କରେ ଅଞ୍ଚଳବାସୀ
  • ||
  • ମାଲକାନଗିରି : ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ, ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ
  • ||
  • କେନ୍ଦୁଝର : ବାଇକ୍ ଧକ୍କାରେ ଜଣେ ଗୁରୁତର, ମେଡିକାଲରେ ଭର୍ତ୍ତି
  • ||
  • ରାଉରକେଲା : ଭାରସାମ୍ୟ ହରାଇ ଘାଟିରେ ଓଲଟିଲା ବରଯାତ୍ରୀ ବସ୍, ଦୁଇ ଜଣଙ୍କ ମୃତ୍ୟୁ
  • ||
  • ବଲାଙ୍ଗୀର : ନିଜ ସର୍ଭିସ୍ ବନ୍ଧୁକରୁ ଗୁଳି ଫୁଟାଇ ଆତ୍ମହତ୍ୟା କଲେ ଯବାନ !
  • ||
  • ଟାଙ୍ଗୀ : ମାନସିକ ପୂରଣ ପାଇଁ ବେକ କାଟିଦେଲେ ଭକ୍ତ, ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର
  • ||

ଫାଇନାନ୍ସ କର୍ମଚାରୀଙ୍କୁ ଆକ୍ରମଣ କରି ଲୁଟିଥିବା ୪ ଦୁର୍ବୃତ୍ତଙ୍କୁ ଧରିଲା ପୋଲିସ

20/10/2019 at 3:13 PM

ଜୟପୁର ୨୦।୧୦: ଫାଇନାନ୍ସ କର୍ମଚାରୀଙ୍କୁ ଆକ୍ରମଣ କରି ଟଙ୍କା ଓ ଅନ୍ୟାନ୍ୟ ସାମଗ୍ରୀ ଲୁଟ୍ ଘଟଣାରେ ୪ ଦୁର୍ବୃତ୍ତଙ୍କୁ କାବୁ କଲା ଜୟପୁର ପୋଲିସ। ଏମାନେ ହେଲେ ଜୟପୁରର ଅକ୍ଷୟ କୁମାର ସାଗର, ରୋହନ କୁଲଦୀପ, ଘିଉରୀର ରବି ହରିଜନ ଓ ନବରଙ୍ଗପୁରର ଚନ୍ଦ୍ର ଶେଖର ହରିଜନ।

ସେମାନଙ୍କଠାରୁ ପୋଲିସ ନଗଦ ୧୮ ହଜାର ଟଙ୍କା ସହ ୪ଟି ମୋବାଇଲ, ଗୋଟିଏ ମଟର ସାଇକେଲ, ଗୋଟିଏ ଟ୍ୟାବ୍, ଗୋଟିଏ ବାୟୋମେଟ୍ରିକ୍ ଡିଭାଇସ ସହ ଅନ୍ୟାନ୍ୟ କାଗଜପତ୍ର ଜବତ କରିଛି। ଗତ ୧୧ ତାରିଖରେ ଏମାନେ ଜୟପୁର ସଦର ଥାନା ଅନ୍ତର୍ଗତ ନୂଆପୁଟ ନିକଟରେ ଜଣେ ଫାଇନାନ୍ସ କର୍ମଚାରୀଙ୍କୁ ଆକ୍ରମଣ କରି ଏସବୁ ଲୁଟ୍ କରିଥିଲେ।

   Related Posts