ଲୁଟ୍ କରିବାକୁ ଆସି ପୋଲିସ ହାବୁଡରେ ପଡିଲେ ଲୁଟେରା
13/01/2020 at 7:44 PM

କଟକ ୧୩।୦୧: ସିଲଭର ସିଟିରୁ ଡକାୟତ ଗ୍ୟାଙ୍ଗକୁ ଗିରଫ କଲା ପୋଲିସ । ଘରେ ପଶି ଲୁଟ୍ କରୁଥିବା ସମୟରେ ୮ଜଣ ଡକାୟତଙ୍କୁ ଗିରଫ କଲା ଲାଲବାଗ ଥାନା ପୋଲିସ । ଲୁଟେରାଙ୍କ ନିକଟରୁ ନଗଦ ୨ଲକ୍ଷରୁ ଅଧିକ ଟଙ୍କା , ବହୁ ଲାପଟପ୍, ମୋବାଇଲ ଓ ଟିଭି ଜବତ କରିଛି ପୋଲିସ । କଟକ ସହରର ବିଭିନ୍ନ ସ୍ଥାନରୁ ହୋଇଥିବା ଚୋରି ଘଟଣାରେ ସଂପୃକ୍ତି ରହିଥିବା ଅନୁମାନ କରିଛି ପୋଲିସ । ତେବେ ସମସ୍ତ ଅଭିୟୁକ୍ତଙ୍କୁ ପଚରାଉଚରା ପରେ ଅଧିକ ତଥ୍ୟ ପଦାକୁ ଆସିବ ବୋଲି ଜଣାପଡୁଛି ।
Related Posts
ଲକ୍ଷ୍ମୀଙ୍କ ଅପେକ୍ଷାର ଅନ୍ତ, ନିର୍ବିଘ୍ନରେ କରିବେ କାଳିଆ ଦର୍ଶନ
20 January 2021