୬ଲକ୍ଷ ଟଙ୍କାରେ ବିକ୍ରି ହେଲା ୪ଟି ପତ୍ରଯୁକ୍ତ ଗଛ : ଜାଣନ୍ତୁ ଏଥିରେ କ’ଣ ରହିଛି ଖାସ୍

Published By : Prameya-News7 Bureau | September 04, 2020 IST

ଘର ଭିତରେ ସ୍ବଚ୍ଛ ପବନ ଏବଂ ସାଜସଜ୍ଜା ପାଇଁ ଲୋକେ ଇଣ୍ଡୋର ପ୍ଲାଣ୍ଟ ପାଇଁ କେତେ ​‌କେତେ ଟଙ୍କା ଖର୍ଚ୍ଚ କରି ଦେଇଥାନ୍ତି। ଅନେକ ଥର ବହୁତ ମହଙ୍ଗା ଗଛ ନେଇ ଆସିଥାନ୍ତି। କିନ୍ତୁ ଏହି ଗଛଠାରୁ ଅଧିକ ଦାମର ଗଛ ବୋଧହୁଏ କେହି କିଣିନଥିବେ। ଏହି ୪ଟି ପତ୍ରର ଇଣ୍ଡୋର ପ୍ଲାଣ୍ଟର ମୂଲ୍ୟ ୬ଲକ୍ଷ ଟଙ୍କା। ଏହା ଅତ୍ୟଧିକ ଦୁର୍ଲଭ ଗଛ। ଅଗଷ୍ଟ ମାସରେ ଏହା ଦାମରେ ରେକର୍ଡ଼ ଭାଙ୍ଗି ଦେଇଛି।

{"id":324795,"width":577,"height":518,"sizeSlug":"large"}

ନ୍ୟୁଜିଲାଣ୍ଡରେ ଜଣେ ଗ୍ରାହକ ଏହାକୁ ୮୧୫୦ ୟୁଏସ୍ ଡଲାରରେ କିଣିଥିଲେ। ଅର୍ଥାତ୍ ଏହାର ମୋଟ ମୂଲ୍ୟ ୫୯୮,୮୫୩ଟଙ୍କା। ଏହି ଗଛର ନାଁ Variegated Rhaphidophora Tetrasperma. ଏହା ବ୍ୟତୀତ ଏହାକୁ Philodendron Minima ମଧ୍ୟ କୁହାଯାଏ। ଏଥିରେ ସବୁଜ ଏବଂ ହଳଦିଆ ରଙ୍ଗର ୪ଟି ପତ୍ର ରହିଥାଏ।

{"id":324796,"sizeSlug":"large"}

ସାଧାରଣତଃ ଭେରିଗେଟେଡ ମିନିମାକୁ ୧୪ସେଣ୍ଟିମିଟରର କଳା ଟବରେ ଲଗାଯାଇଥାଏ। ଏହି ଗଛକୁ ଟ୍ରେଡ ମି ନାମକ କମ୍ପାନୀ ବିକ୍ରି କରିଛି।

{"id":324797,"width":596,"height":298,"sizeSlug":"large"}

ଏହି କମ୍ପାନୀର ଓ୍ବେବସାଇଟ ୨୦୧୫ମସିହାରେ ଆରମ୍ଭ ହୋଇଥିଲା। ସେବେଠୁ ଏହି ଗଛର ବିକ୍ରି ଏହି ସାଇଟରେ ବଢ଼ି ୨୫୪୩ ପ୍ରତିଶତ ଅଧିକ ହୋଇଯାଇଛି। ଗତ ଗୋଟିଏ ସପ୍ତାହ ମଧ୍ୟରେ ଭେରିଗେଟେଡ ମିନିମାକୁ ୧୬୦୦ଥର ତାଙ୍କ ସାଇଟରେ ଖୋଜାଯାଇଛି।

{"id":324798,"sizeSlug":"large"}

 ଏହି ଗଛର ଚାହିଦା ଆମେରିକା,କାନାଡ଼ା ଏବଂ ଅଷ୍ଟ୍ରେଲିଆରେ ମଧ୍ୟ ରହିଛି। ଏହି ଗଛକୁ କିଣୁଥିବା ଲୋକେ ଛୁଆ ଭଳି ଏହାର ଯତ୍ନ ନିଅନ୍ତି।

{"id":324799,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.