ଏମସିଏଲ କୋଇଲା ଖଣିରେ ଦୁର୍ଘଟଣା : ମାଟି ଅତଡା ଖସି ୪ଶ୍ରମିକଙ୍କ ମୃତ୍ୟୁ, ୫୦ରୁ ଅଧିକ ଫଶି ରହିଥିବା ଆଶଙ୍କା

Published By : Prameya-News7 Bureau | July 24, 2019 IST

ଅନୁଗୋଳ ୨୪|୭: ଅନୁଗୋଳ ଜିଲ୍ଲା ତାଳଚେର ଏମସିଏଲ କୋଇଲା ଖଣିରେ ଦୁର୍ଘଟଣା ଘଟିଛି । ମାଟି ଅତଡ଼ା ଖସି ୪ ଶ୍ରମିକଙ୍କ ମୃତ୍ୟୁ ହୋଇଥିବାବେଳେ ୫୦ରୁ ଅଧିକ ଶ୍ରମିକ ଫଶି ରହିଥିବା ସୂଚନା ମିଳିଛି ।

{"id":136705}

ସୂଚନାଯୋଗ୍ୟ ଯେ, ଅନୁଗୋଳ ଜିଲ୍ଲା ତାଳଚେର ଏମସିଏଲ କୋଇଲା ଖଣିରେ ଶହେରୁ ଅଧିକ ଲୋକ କାମ କରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ଦୁଇ ଶହ ଫୁଟ ତଳେ କାମ କରୁଥିଲେ ଶ୍ରମିକ । ମାଟି ଅତଡ଼ା ଖସି ୪ ଶ୍ରମିକଙ୍କ ମୃତ୍ୟୁ ହୋଇଥିବାବେଳେ ୫୦ରୁ ଅଧିକ ଶ୍ରମିକ ଫଶି ରହିଥିବା ସୂଚନା ମିଳିଛି । ବହୁ ଗାଡି ମାଇନ୍ସ ଭିତରେ ଫସି ରହିଛି । ମାଇନ୍ସ ଭିତରକୁ ଯିବା ସମ୍ଭବ ହୋଇ ପାରୁନାହିଁ। ତଥାପି ପେଟ୍ରୋ ମ୍ୟାକ୍ସ ମାଧ୍ୟମରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ବୋଲି ସ୍ଥାନୀୟ ଲୋକ କହୁଛନ୍ତି।

{"id":136706}

ସେପଟେ କୋଇଲା ଖଣି ଭିତରେ ପରିସ୍ଥିତି ଗୋଟିଏ ପ୍ରକାର ଅଣାୟତ ହୋଇପଡିଛି l ତେବେ ସ୍ଥାନୀୟ ଲୋକେ ଆନ୍ଦୋଳନ କରି ସମ୍ପୂର୍ଣ୍ଣ ରୂପେ କୋଇଲା ଖଣିକୁ ବନ୍ଦ କରିଦେଇଥିବା ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.