ପରାଗ ଅଗ୍ରଓ୍ଵାଲ: ୫ ବର୍ଷରେ ବଦଳାଇଥିଲେ ୪ଟି ଚାକିରି, ତଥାପି ହୋଇନଥିଲେ ନିରାଶ, ଶେଷରେ ହେଲେ ମଲ୍ଟି ନ୍ୟାସନାଲ କମ୍ପାନୀର CEO

Published By : Prameya-News7 Bureau | December 04, 2021 IST

ନୂଆଦିଲ୍ଲୀ ୦୪/୧୨ : ଜଣେ ଏପରି ବ୍ୟକ୍ତିଙ୍କ ଚାକିରି ଜୀବନ ବିଷୟରେ ଆସନ୍ତୁ ଜାଣିବା ଯିଏକି ଚାରି ମାସକୁ ଥରେ ଲେଖାଏଁ ଚାକିରି ବଦଳାଉଥିଲେ। ତଥାପି ସେ ନିରାଶ ହୋଇନଥିଲେ । ଶେଷରେ ସେ ସଫଳତାର ଦ୍ୱାର ଦେଶରେ ପହଞ୍ଚିଥିଲେ। ଏବେ ସେ ଜଣେ ନାମିଦାମୀ ମଲ୍ଟି ନ୍ୟାସନାଲ କମ୍ପାନୀର ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ(CEO) ରୂପେ କାର୍ଯ୍ୟ କରୁଛନ୍ତି।

ସେହି ବ୍ୟକ୍ତି ଜଣଙ୍କ ହେଉଛନ୍ତି ଟ୍ୱିଟରର ନୂଆ ସିଇଓ ପରାଗ ଅଗ୍ରୱାଲ। ୨୦୧୧ ମସିହାରେ ସେ ଟ୍ୱିଟରେ ଯୋଗ ଦେବା ପୂର୍ବରୁ ମାଇକ୍ରୋସପ୍ଟ ୟାହୁ,ଏଟି ଆଣ୍ଡ ଟି ଭଳି କମ୍ପାନୀରେ ନିଜର କାର୍ଯ୍ୟ ଦକ୍ଷତା ପ୍ରଗଦର୍ଶନ କରିଛନ୍ତି। ପରାଗଙ୍କ ଲିଙ୍କଡ୍ ଇନ ପ୍ରୋଫାଇଲ ଅନୁସାରେ ୨୦୦୬ ରୁ ୨୦୧୧ମସିହା ପର୍ଯ୍ୟନ୍ତ ସେ ପାଞ୍ଚଟି କମ୍ପାନୀରେ କାମ କରିବା ସହ ସେ ଉପରୋକ୍ତ ସମସ୍ତ କମ୍ପାନୀରେ ପ୍ରାୟ ଚାରି ମାସ ଲେଖାଏଁ କାମ କରିଛନ୍ତି। ଦେଖନ୍ତୁ ତାଙ୍କର କ୍ୟାରିଅର ତାଲିକା

{"id":554400,"sizeSlug":"full","linkDestination":"none"}

୨୦୦୬ ମସିହାରେ ପରାଗ ତାଙ୍କର ଚାକିରି ଜୀବନ ମାଇକ୍ରୋସପ୍ଟ ରିସର୍ଚ୍ଚ ବିଭାଗରୁ ଆରମ୍ଭ କରିଥିଲେ। ଏହାର ଚାରି ମାସ ପରେ ସେ ଏହାକୁ ଛାଡ଼ି ଦେଇଥିଲେ।
ଦୀର୍ଘ ୯ ମାସ ପରେ ୨୦୦୭ ଜୁନ୍‌ରେ ୟାହୁରେ ବର୍ଷେ ଚାରି ମାସ କାମ କଲା ପରେ ସେ ଏଥିରୁ ମଧ୍ୟ ଇସ୍ତଫା ଦେଇଥିଲେ। ପୁଣି ଆଠ ମାସ ପରେ ୨୦୦୯ରେ ପରାଗ ପୁଣି ମାଇକ୍ରୋସଫ୍ଟ କର୍ପୋରେସନକୁ ଫେରିଲେ କିନ୍ତୁ ସେଠାରେ ଚାରି ମାସ କାମ କଲା ପରେ ସେ ଏହାକୁ ପରିତ୍ୟାଗ କରିଥିଲେ।

ଏହାର ଆଠ ମାସ ପରେ ୨୦୧୦ରେ ସେ ଏ ଆଣ୍ଡ ଟି କମ୍ପାନୀରେ କାମ ଆରମ୍ଭ କରି ଚାରି ମାସ ପରେ ଏଠାରୁ ମଧ୍ୟ ବିଦାୟ ନେଇଥିଲେ। ଶେଷରେ ବର୍ଷେ ଏକ ମାସ ପରେ ୨୦୧୧ ମସିହାରୁ ସେ ଟ୍ୱିଟରରେ ଯୋଗ ଦେଇ ଆଜି ପର୍ଯ୍ୟନ୍ତ କାମ କରିଆସୁଛନ୍ତି।

{"id":554401,"sizeSlug":"full","linkDestination":"none"}

ବର୍ତ୍ତମାନ ସୋସିଆଲ ମିଡିଆରେ ୟୁଜର୍ସମାନେ ପରାଗଙ୍କ ଲିଙ୍କ୍‌ଡ ଇନ ପ୍ରୋଫାଇଲକୁ ସେୟାର କରି କହିଛନ୍ତି ୧୦ଜଣ ନିଯୁକ୍ତିଦାତାଙ୍କ ମଧ୍ୟରୁ ୯ ଜଣ ତାଙ୍କର ରିଜ୍ୟୁମ୍‌କୁ ଦେଖି ଚାକିରି ପାଇଁ ମନା କରିଦେଇଥିଲେ। କିନ୍ତୁ ଶେଷରେ ଯଦି ସେତେବେଳେ ଟ୍ୱିଟର ଏଚ୍ଆର ତାଙ୍କୁ ଚାକିରି ପାଇଁ ମନା କରିଥାଆନ୍ତେ ତାହେଲେ ସେମାନେ ପରାଗଙ୍କ ଭଳି ଜଣେ କର୍ତ୍ତବ୍ୟନିଷ୍ଠ ନାୟକଙ୍କୁ ହରାଇ ଥାଆନ୍ତେ ବୋଲି କହିଛନ୍ତି। ପରାଗଙ୍କ ଲିଙ୍କ୍‌ଡ ଇନ ପ୍ରୋଫାଇଲର ସ୍କ୍ରିନସଟ୍ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.