ବିଲକୁ ଯିବା ବେଳେ ବାଡେଇ ଗୋଡ ଭାଙ୍ଗି ଦେଲେ, ଗୋଟିଏ ପରିବାରର ୪ଜଣ ଗୁରୁତର

Published By : Prameya-News7 Bureau | July 18, 2020 IST

ନୂଆପଡା ୧୮।୦୭ : ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଥାନା ମୋହରା ଗାଁରେ ଅଭାବନୀୟ ଘଟଣା ଘଟିଯାଇଛି । ପୂର୍ବ ଶ୍ରତ୍ରୁତାକୁ ନେଇ ଆକ୍ରମଣ କରାଯାଇଛି । ଆକ୍ରମଣରେ ଗୋଟିଏ ପରିବାର ୪ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

ସୂଚନାଯୋଗ୍ୟ ଯେ, ଖଡିଆଳ ଥାନା ମୋହରା ଗାଁର ଗୋଟିଏ ପରିବାରର ସଦସ୍ୟ ବିଲକୁ ଯାଉଥିଲେ । କିନ୍ତୁ ହଠାତ୍‌ ବିଲକୁ ଯାଉଥିବା ସମୟରେ କିଛି ଦୁର୍ବୃତ୍ତ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ଗୋଟିଏ ପରିବାରର ୪ଜଣ ଗୁରୁତର ହୋଇଥିବା ଜଣାପଡିଛି । ଦୁର୍ବୁତ୍ତମାନେ ସଂଗବଦ୍ଧ ଭାବେ ଠେଙ୍ଗା, ଲୁହା ଛଡ ଓ ମାରଣାସ୍ତ୍ର ଧରି ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଏହି ମରଣାନ୍ତ୍ରକ ଆକ୍ରମଣରେ ସମସ୍ତଙ୍କର ଗୋଡି ଭାଙ୍ଗିଯାଇଥିବା ସୂଚନା ମିଳିଛି ।  ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛି । ପୋଲିସର ତଦନ୍ତ ପରେ ଘଟଣା ସମ୍ପର୍କରେ ଅଧିକ ତଥ୍ୟ ମିଳିପାରିବ ବୋଲି ଆଶଙ୍କା କରାଯାଉଛି । ତେବେ ଆକ୍ରମଣରେ ଗୁରୁତର ଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ଭାଇ-ଭାଇ ଓ ବାପା-ପୁଅ ରହିଥିବା ସୂଚନା ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.