Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୦ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୮୩ କୋଭିଡ୍ ସଂକ୍ରମିତ, ୩୩୩୩୧୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ କମୁଛି କୋଭିଡ଼ ସଂକ୍ରମଣ, ଗତ ୨୪ଘଣ୍ଟାରେ ୧୫,୧୪୪ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଜୟପୁର : ଚଳନ୍ତା ବସ୍‌ରେ ଲାଗିଲା ବିଦ୍ୟୁତ ତାର ; ୬ ମୃତ , ୧୭ ଗୁରୁତର
  • ||
  • ଅପରେସନ ଗ୍ରୀନ କ୍ଲିନ, ପ୍ରାୟ ୧୨ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ଦିଲ୍ଲୀ: କରୋନା ଟିକା ନେବା ପରେ ୫୧ ଜଣଙ୍କ ଠାରେ ଦେଖାଗଲା ପାର୍ଶ୍ବ ପ୍ରତିକ୍ରିୟା
  • ||

ବଣୁଆ ମାଙ୍କଡ଼ଙ୍କ ଉତ୍ପାତ : ଆକ୍ରମଣରେ ୪ଜଣ ଗୁରୁତର, କଟକ ବଡ ଡାକ୍ତରଖାନାରେ ଭର୍ତ୍ତି

8/09/2020 at 12:09 PM

ସାଲେପୁର ୦୮।୦୯: ସାଲେପୁର ଅଞ୍ଚଳରେ ମାଙ୍କଡ଼ ଆତଙ୍କ ଖେଳାଇଛି । ମାଙ୍କଡ଼ ଆକ୍ରମଣରେ ୪ଜଣ ଗୁରୁତର ହୋଇଛନ୍ତି । ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । କଟକ ଜିଲ୍ଲା ସାଲେପୁର ଥାନା ସଉରୀ ପଞ୍ଚାୟତ ଶାରଦା ଗାଁରେ ଘଟିଛି ଘଟଣା ।

ଗତକିଛି ଦିନେ ହେଲା କିଛି ବଣୁଆ ମାଙ୍କଡ଼ ଅଞ୍ଚଳରେ ଆତଙ୍କ ଖେଳାଇଛନ୍ତି ।ଯାହାକି ସ୍ଥାନୀୟ ଲୋକ ଓ ବନବିଭାଗ ପାଇଁ ମୁଣ୍ଡ ବ୍ୟଥାରେ କାରଣ ପାଲଟିଛି । ଏହିପ୍ରରିପେକ୍ଷୀରେ ଆଜି ମାଙ୍କଡ଼ ଆକ୍ରମଣରେ ୪ଜଣ ଗୁରୁତର ଆହତ ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ପ୍ରଥମେ ସାଲେପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା , ସେଠାରେ ସମସ୍ତଙ୍କର ପ୍ରାଥମିକ ଚିକିତ୍ସା ପରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ତେବେ ବଣୁଆ ମାଙ୍କଡ଼ମାନଙ୍କୁ ଧାରିବା ପାଇଁ ବନବିଭାଗକୁ ଖବର ଦେବା ସହ ସ୍ଥାନୀୟ ପ୍ରଶାସନକୁ ଅଵଗତ କରାଯାଇଅଛି। ଘଟଣା ସ୍ଥଳରେ କୌଣସି ଅଧିକାରୀ ପହଞ୍ଚି ନାହାନ୍ତି। ପୁରା ଅଂଚଳରର ଭୟର ବାତାବତ୍ତର ଦେଖାଦେଇଛି।

   Related Posts