ଖାଲି ହସିଦେବାରୁ ୪ସାଙ୍ଗଙ୍କୁ ଛୁରାମାଡ କଲେ ଯୁବକ

Published By : Prameya-News7 Bureau | February 07, 2019 IST

ପାରାଦୀପ ୭|୧: ପାରଦୀପ ସମୁଦ୍ର କୂଳରେ ୪ଜଣଙ୍କୁ ଛୁରାମାଡ ହୋଇଛି । ହସିବାରୁ ଯୁବକ ଜଣଙ୍କ ୪ଜଣ ସାଙ୍ଗଙ୍କୁ ଛୁରା ମାଡ କରିଛନ୍ତି । ଆକ୍ରମଣକାରୀ ଯୁବକ ଫେରାର ହୋଇଯାଇଛନ୍ତି । ପାରାଦୀପ ପୋଲିସ ଘଟଣାର ତଦନ୍ତ କରୁଛି ।

{"id":82874}

ସୂଚନା ଅନୁସାରେ ପାରାଦୀପ ସମୁଦ୍ର କୂଳରେ ବାଇକ୍ ଷ୍ଟଣ୍ଟ କରୁଥିଲେ ଜଣେ ଯୁବକ । ଷ୍ଟଣ୍ଟ କରିବା ସମୟରେ ଅସାବଧାନତା ବଶତଃ ଯୁବକ ଜଣଙ୍କ ତଳେ ପଡିଯାଇଥିଲେ । ଯୁବକ ଜଣଙ୍କ ପଡିଯିବାର ଦେଖି ସମୁଦ୍ର କୂଳକୁ ବୁଲିବାକୁ ଆସିଥିବା ୪ଜଣ ସାଙ୍ଗ ହସିଥିଲେ । ଫଳରେ ଯୁବକ ଜଣଙ୍କ ଉତ୍ତ୍ୟକ୍ତ ହୋଇ ୪ଜଣଙ୍କୁ ଛୁରାମାଡ କରିଥିଲେ । ଗୁରୁତର ଅବସ୍ଥାରେ ଯୁବକମାନଙ୍କୁ ପାରାଦୀପ ବନ୍ଦର ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରୁ ଆକ୍ରମଣକାରୀ ଯୁବକ ଫେରାର ହୋଇଯାଇଛନ୍ତି । ପାରାଦୀପ ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.