ବାରିପଦା ୧୭।୧: ବାରିପଦା ତକତପୁର ଠାରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ । ଭୁଜାଲି ମାଡରେ ଜଣେ ମହିଳାଙ୍କ ସମେତ ୪ ଜଣ ଆହତ ହୋଇ ପିଆରଏମରେ ଭର୍ତ୍ତି ହୋଇଛନ୍ତି । ଗତ ୧୩ ତାରିଖରେ କୁକୁଡା ଲଢେଇରୁ ଆରମ୍ଭ ହୋଇଥିଲା ବଚସା ।
{"id":212273,"sizeSlug":"large"}ମକର ପର୍ବ ପାଇଁ ଗତ ୧୩ ତାରିଖରେ ସ୍ଥାନୀୟ ରାଣୀବନ୍ଧ ହାଟରେ କୁକୁଡ଼ା ଲଢେଇକୁ ନେଇ ହୋଇଥିଲା ଗଣ୍ଡଗୋଳର ଆରମ୍ଭ । ସେହି ଘଟଣାକୁ କେନ୍ଦ୍ରକରି ଗତକାଲି ଦୁଇ ଗୋଷ୍ଠୀ ମଧ୍ୟରେ ଭୁଜାଲି ମାଡ ହୋଇଥିଲା । ଜଣେ ମହିଳାଙ୍କ ସମେତ ୪ ଆହତ ହୋଇଛନ୍ତି । ଆହତମାନେ ହେଉଛନ୍ତି ସ୍ଥାନୀୟ ରାଣୀବନ୍ଧ ଅଞ୍ଚଳର ବିଦୁ କିସ୍କୁ, ଶଙ୍କର ମୁର୍ମୁ, ଗୁଲୁ ଦାସ ଏବଂ ଉର୍ମିଳା ପାତ୍ର । ଘଟଣାସ୍ଥଳ ଓ ପରେ ପିଆରଏମରେ ବାରିପଦା ସଦରଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
{"id":212274,"sizeSlug":"large"}ଏହି ଗୋଷ୍ଠୀ ସଂଘର୍ଷକୁ କେନ୍ଦ୍ରକରି ୧୮ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିଥିଲେ ଦୁଇ ଗୋଷ୍ଠୀର ଲୋକେ । ସ୍ଥାନୀୟ ଅଞ୍ଚଳରେ ଏହାକୁ ନେଇ ଉତ୍ତେଜନା ଲାଗି ରହିଥିଲା । ଅବରୋଧ ସ୍ଥଳରେ ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବାକୁ ଚେଷ୍ଟା କରିଥିଲା ।