ରୋଷେଇ ବେଳେ ଗ୍ୟାସ୍ ଲିକ୍, ନିଆଁ ଲାଗି ଦୁଇ ଶିଶୁଙ୍କ ସମେତ ୪ ଗୁରୁତର

Published By : Prameya-News7 Bureau | June 11, 2019 IST

ଭଦ୍ରକ ୧୧|୬: ଗ୍ୟାସ୍ ଟାଙ୍କିରୁ ଗ୍ୟାସ୍ ଲିକ୍ ହୋଇ ଅଗ୍ନିକାଣ୍ଡ ହୋଇଛି । ଅଗ୍ନିକାଣ୍ଡରେ ଦୁଇ ଶିଶୁଙ୍କ ସହ ୪ ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ କଟକ ବଡ ମେଡିକାଲ ସ୍ଥାନାନ୍ତର କରାଯାଇଛି । ଭଦ୍ରକ ସହରର ୟୁସୁଫପୁର ଠାରେ ଏଭଳି ଅଘଟଣ ଘଟିଛି ।

{"id":121911}

ସୂଚନା ଅନୁସାରେ ରାତିରେ ରୋଷେଇ ଘରେ ଗ୍ୟାସ୍ ଜଳାଇବା ବେଳେ ଗ୍ୟାସ୍ ଲିକ୍ ଯୋଗୁଁ ହଠାତ୍ ନିଆଁ ଲାଗିଯାଇଥିଲା । ଫଳରେ ଦୁଇ ଶିଶୁଙ୍କ ସମେତ ୪ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସ୍ବାସ୍ଥ୍ୟବସ୍ଥା ଅଧିକ ଗୁରୁତର ହେବାରୁ ୪ ଜଣଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.