ଜଙ୍ଗଲୀ ହାତୀଙ୍କ ଉପଦ୍ରବରେ ବ୍ୟାପକ ଫସଲ ନଷ୍ଟ ସହ ଚାରିଜଣ ଆହତ

Published By : Prameya-News7 Bureau | November 07, 2019 IST

ପଦ୍ମପୁର ୭।୧୧: ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଘେଁଷ ରେଞ୍ଜ ଅଧିନସ୍ଥ ଘନାମାଲ ଓ ସାରଙ୍ଗପୁର ଅଞ୍ଚଳରେ ଜଙ୍ଗଲୀ ହାତୀଙ୍କ  ଉପଦ୍ରବ । ହାତୀ  ଆକ୍ରମଣରେ ଚାରିଜଣ ଆହତ ହୋଇଛନ୍ତି ।

{"id":180277}

ସୂଚନାଯୋଗ୍ୟ ଯେ, ଆଜି ସକାଳ ସମୟରେ ପଦ୍ମପୁର ଅଞ୍ଚଳରେ ପୋଖରୀକୁ ଗାଧୋଇବାକୁ ଯାଇଥିବା ବେଳେ ଜଙ୍ଗଲୀ ହାତୀର ଆକ୍ରମଣ। ଆକ୍ରମଣରେ ଘନାମାଲ ଗାଁର ଦେବାନନ୍ଦ ବେହେର ଓ ଚର୍ତୁଭୁଜ ସେଠ ଏବଂ ସାରଙ୍ଗପୁର ଗାଁର ୠକ୍ମୁଣି ମେହେର ଓ ଲଲିତା ମେହେର ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ  ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟ କୁ ଚିକିତ୍ସା ପାଇଁ  ଭର୍ତ୍ତି କରାଯାଇଛି ।  ବର୍ତ୍ତମାନ ଧାନ ଅମଳର ସମୟ ହୋଇଥିବାରୁ ହାତୀ ଧାନ ଖାଇବା ପାଇଁ ଆସିଥିବା ସନ୍ଦେହ ହେଉଛି । ଏହି ଅଞ୍ଚଳକୁ ହାତୀ  ଆସିଥିବାର  ଖବର ଫରେଷ୍ଟ ବିଭାଗ ପକ୍ଷରୁ ଦିଆଯାଉନଥିବା ଅଭିଯୋଗ ହେଉଛି ।  ଯାହାକି ଜନସାଧାରଣଙ୍କ ମଧ୍ୟରେ ତୀବ୍ର  ଅସନ୍ତୋଷ ପ୍ରକାଶ ପାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.