ମଦ୍ୟପ ଡ୍ରାଇଭରର ଉନ୍ମତ କାଣ୍ଡ, ୪ ଜଣଙ୍କୁ ଧକ୍କା ଦେଲା କାର୍

Published By : Prameya-News7 Bureau | May 15, 2019 IST

ବୌଦ୍ଧ ୧୫|୫: ମଦ୍ୟପ ଡ୍ରାଇଭରର ଉନ୍ମତ କାଣ୍ଡ । ୪ ଜଣଙ୍କୁ ଧକ୍କା ଦେଲା କାର୍ । ବୌଦ୍ଧ ଜିଲ୍ଲା ୫୭ ନମ୍ବର ଜାତୀୟ ରାଜପଥ ପୁରୁଣାକଟକ ହାଇସ୍କୁଲ ନିକଟରେ ଘଟିଛି ଏହି ଦୁର୍ଘଟଣା । ଗୁରୁତରମାନେ ହେଲେ ଓଡ଼ଗାଁର ରଶ୍ମିତା ବିଶୋଇ ଓ ଗୋଧିପଡାର ସୁମନ୍ତ ସାମଲ, ହେମନ୍ତ ଏବଂ ସତ୍ୟସୁନ୍ଦର ପ୍ରଧାନ । ତାଙ୍କୁ ଗୁରୁତର ଅବସ୍ଥାରେ ପୁରୁଣାକଟକ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରୁ କାର୍ ଡ୍ରାଇଭର ଫେରାର ହୋଇଯାଇଥିବା ବେଳେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି କାର ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.