Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତରେ ପହଞ୍ଚିଲା ଓମିକ୍ରନ୍‌ ଭ୍ୟାରିଆଣ୍ଟ । କର୍ଣ୍ଣାଟକର ୨ ଜଣ ବ୍ୟକ୍ତି ଓମିକ୍ରନ୍‌ ଭ୍ୟାରିଆଣ୍ଟରେ ସଂକ୍ରମିତ
  • ||
  • ହଜିନି ମାନବିକତା, ପାଇଥିବା ସୁନା ଗହଣାକୁ ଫେରାଇଦେଲେ ଅଟୋ ଚାଳକ
  • ||
  • ଭୁବନେଶ୍ବର : STF ମୋଷ୍ଟ ୱାଣ୍ଟେଡ ଲିଷ୍ଟରେ ଅନୀଲ ପାଣ୍ଡି, ସୂଚନା ଦେଲେ ମିଳିବ ପୁରସ୍କାର
  • ||
  • ଭୁବନେଶ୍ବର : ୩ ନିର୍ବାହୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଓ ଜଣେ ଆରଆଇ ଚାକିରୀରୁ ବହିଷ୍କୃତ
  • ||
  • ନୂଆଦିଲ୍ଲୀ : ବାତ୍ୟା ଅପଡେଟ୍ : ୩ରୁ ଓଡିଶାରେ ବର୍ଷା, ୪ରେ ପବନର ବେଗ ଛୁଇଁବ ୯୦ କି.ମି.
  • ||
  • ନୂଆଦିଲ୍ଲୀ : ଶୁକ୍ରବାରଠୁ ରାଜଧାନୀରେ ସମସ୍ତ ସ୍କୁଲ ବନ୍ଦ, ଘୋଷଣା କଲେ କେଜ୍ରିଓ୍ୱାଲ୍‌ ସରକାର
  • ||
  • ବାଇକକୁ ପିଟିଲା ଜୁସ୍ ବୋଝେଇ ଟ୍ରକ୍, ୨ ଆରୋହୀ ମୃତ
  • ||
  • କଣ୍ଟାବାଞ୍ଜି : ମମିତା ମେହେର ହତ୍ୟାକାଣ୍ଡ ମାମଲା : ADG କୋର୍ଟରେ ଜାମିନ ଆବେଦନ କଲା ଗୋବିନ୍ଦ ସାହୁ
  • ||
  • ସାନଖେମୁଣ୍ଡି : ୩୦ ଏକର ଗଞ୍ଜେଇ ଚାଷ ନଷ୍ଟ କଲା ପ୍ରଶାସନ
  • ||
  • ଘାରିଛି ଓମିକ୍ରନ ବିପଦ : ବିଳମ୍ବିତ ହେବ ଟିମ୍ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ ! ସମୟ ମାଗିଲା ବିସିସିଆଇ
  • ||

ଜମିବାଡି ବିବାଦକୁ ନେଇ ତେଣ୍ଟା ମାଡ, ୪ ଆହତ : ୪ ଜଣଙ୍କୁ ଅଟକ ରଖି ପୋଲିସର ପଚରାଉଚରା

14/07/2021 at 2:47 PM

ଭଦ୍ରକ ୧୪।୭: ଜମିବାଡି ବିବାଦକୁ କେନ୍ଦ୍ର କରି ସଂଘର୍ଷ  । ଦୁଇ ଜଣ ଗୁରୁତର ଓ ଦୁଇ ଜଣ ଆହତ । ସାବରଙ୍ଗ ଥାନା ଅଧୀନ ଚାପୁଣ୍ଡିଆରେ ଦୁଇ ପରିବାର ମଧ୍ୟରେ ଦୀର୍ଘ ଦିନ ହେବ ଜମିବାଡି ବିବାଦ ଲାଗି ରହିଥିଲା । ଏ ନେଇ ଥାନାଠାରୁ କୋର୍ଟ ପର୍ଯ୍ୟନ୍ତ ମାମଲା ଲାଗି ରହିଥିଲା । କୋର୍ଟରେ ମାମଲା ଚାଲୁଥିବା ବେଳେ ଗୋଟିଏ ପକ୍ଷ ବୁଧବାର ଛାତ ପକାଇବାକୁ ଯାଉଥିଲେ  । ଏହାକୁ ଅନ୍ୟ ପକ୍ଷ ପ୍ରତିବାଦ କରିଥିଲେ । ଯାହାକୁ କେନ୍ଦ୍ର କରି ଉଭୟଙ୍କ ମଧ୍ୟରେ ଯୁକ୍ତି ତର୍କ ହୋଇଥିଲା । ପ୍ରଥମେ ଟେକା ପଥରରୁ ଆରମ୍ଭ ହୋଇ ତେଣ୍ଟା ଭୁସାଭୁଷି ପର୍ଯ୍ୟନ୍ତ ଯାଇଥିଲେ ।

ତେବେ ଏହି ଗଣ୍ଡଗୋଳରେ  ଦୁଇ ଜଣଙ୍କ ବେକ ଓ ତଣ୍ଟିରେ ତେଣ୍ଟାରେ ଆଘାତ ହୋଇଥିବା ବେଳେ ଅନ୍ୟ ଦୁଇ ଜଣଙ୍କର ପଥର ମାଡରେ ଦେହରେ କ୍ଷତ ଚିହ୍ନ ହୋଇଛି । ସାବରଙ୍ଗ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏହି ଘଟଣାରେ ସାବରଙ୍ଗ ପୋଲିସ ୪ ଜଣଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି ।

   Related Posts