ଟ୍ରକ୍ ପଛରେ ପିଟିଲା ଆମ୍ବୁଲାନ୍ସ, ରୋଗୀ ସମେତ ୪ ଜଣ ଆହତ

Published By : Prameya-News7 Bureau | May 28, 2019 IST

ସୋର ୨୮|୫: ବାଲେଶ୍ବର ଜିଲ୍ଲା ସୋର ଥାନା ୧୬ନଂ ଜାତୀୟ ରାଜପଥ ବରଫକଳ ଛକରେ ସଡକ ଦୁର୍ଘଟଣା ହୋଇଛି । ରାତି ପ୍ରାୟ ୨ଟା ବେଳେ ଏହି ଦୁର୍ଘଟଣା ଘଟିଛି । ରୋଗୀ ନେଇ ଆସୁଥିବା ଏକ ଆମ୍ବୁଲାନ୍ସ ପଥର ବୋଝେଇ ଟ୍ରକ୍ ପଛରେ ପିଟିହେବାରୁ ଦୁର୍ଘଟଣା ହୋଇଛି । ଦୁର୍ଘଟଣା ହେବା ଫଳରେ ଆମ୍ବୁଲାନ୍ସରେ ଥିବା ରୋଗୀଙ୍କ ସମେତ ୪ ଜଣ ଆହତ ହୋଇଛନ୍ତି ।

{"id":116772}

ଆମ୍ବୁଲାନ୍ସଟି ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରୁ ରୋଗୀ ନେଇ ପଶ୍ଚିମବଙ୍ଗର ପୂର୍ବ ମେଦିନୀପୁର ଯିବାବେଳେ ଦୁର୍ଘଟଣାର ହୋଇଛି ।

{"id":116773}

ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତ ମାନଙ୍କୁ ଉଦ୍ଧାର କରି ଆଉ ଏକ ଆମ୍ବୁଲାନ୍ସ ଯୋଗେ ସୋର ଡାକ୍ତରଖାନାରେ ଭର୍ତ୍ତି କରିଥିଲା । ସୋର ମେଡିକାଲରୁ ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.