ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ଦମ୍ପତ୍ତିଙ୍କ ସମେତ ୪ ଆହତ

Published By : Prameya-News7 Bureau | October 04, 2020 IST

ତେଲକୋଇ ୪।୧୦: କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅନ୍ତର୍ଗତ କତରାପାଲି ଗାଁ ସ୍କୁଲ ନିକଟରେ ଦୁଇ ବାଇକ୍ ମୁହାଁମୁହିଁ ଧକ୍କା ହୋଇଛି । ଦୁର୍ଘଟଣା ଫଳରେ ଦମ୍ପତ୍ତିଙ୍କ ସହ ଅନ୍ୟ ଦୁଇ ଜଣ ଆହତ ହୋଇଛନ୍ତି । ଆହତ ଦମ୍ପତ୍ତି ହେଲେ କତରାପାଲି ଗାଁର ଅବଳା ନାୟକ ଓ ତନୁ ନାୟକ ।

ସୂଚନାଯୋଗ୍ୟ ଯେ, ଦମ୍ପତ୍ତି ବାଇକ୍ ଯୋଗେ ନିଜ ଘର କତରାପାଲି ଗାଁର ନାୟକ ସାହିକୁ ଯାଉଥିବା ବେଳେ ବିପରୀତ ଦିଗରୁ ଦ୍ରୁତ ଗତିରେ ଆସୁଥିବା ଅନ୍ୟ ଏକ ବାଇକ୍ ସହ ଧକ୍କା ହୋଇଥିଲା । ଫଳରେ ଘଟଣାସ୍ଥଳରେ ଦମ୍ପତ୍ତିଙ୍କ ସହ ଅନ୍ୟ ଦୁଇ ଜଣ ଆହତ ହୋଇଥିଲେ । ସେମାନଙ୍କୁ ସଙ୍ଗେ ସଙ୍ଗେ କେନ୍ଦୁଝର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଅନ୍ୟ ଦୁଇ ଆହତଙ୍କର ତେଲକୋଇ ମେଡିକାଲରେ ଚିକିତ୍ସା ଜାରି ରହିଛି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.