ଦୁଇ ବାଇକ୍‌କୁ ଧକ୍କା ଦେଲା ଟ୍ରକ୍, ୪ ଗୁରୁତର

Published By : Prameya-News7 Bureau | July 05, 2019 IST

ଆନନ୍ଦପୁର ୫|୭:  କେନ୍ଦୁଝର ଜିଲ୍ଲା ୨୦ନଂ ଜାତୀୟ ରାଜପଥର  ବେଲବାହାଳି ନିକଟରେ  ଏକ ବାରଚକିଆ ଟ୍ରକ୍ ସିରିଜ୍ ଦୁର୍ଘଟଣା ଘଟାଇ ଫେରାର ହୋଇଛି । କେନ୍ଦୁଝର ଖଣି ଅଞ୍ଚଳରୁ ଲୁହାପଥର ନେଇ ଯାଉଥିବା ଏହି ଟ୍ରକ୍ ବେଲବାହାଳି ନିକଟରେ ପ୍ରଥମେ ଏକ ବାଇକ୍ କୁ ପଛପଟୁ ଧକ୍କା ଦେଇ ଘଟଣାସ୍ଥଳରୁ ଖସିଯିବା ଉଦ୍ୟମରେ ଆଉଏକ ବାଇକକୁ ପୁଣିଥରେ ଧକ୍କା ଦେଇଥିଲା । ଫଳରେ ୨ ବାଇକର ୪ ଆରୋହୀ ଗୁରୁତର ହୋଇଥିଲେ । ଖବର ପାଇ ଘସିପୁରା ଅଗ୍ନିଶମ ବିଭାଗ କର୍ମଚାରୀମାନେ ଆହତଙ୍କୁ  ଉଦ୍ଧାର କରି ଆନନ୍ଦପୁର ଡାକ୍ତରଖାନାରେ ଭର୍ତି କରିଥିଲେ । ତେବେ ସେମାନଙ୍କ ମଧ୍ଯରୁ ୨ ଜଣଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ୨ ଜଣ ଗୁରୁତର ଘସିପୁରା ଥାନା ଭଣ୍ଡାରିଡିହା  ଗାଁ ଓ ଅନ୍ୟ ୨ ଜଣ ବନିକା ଗାଁର ହୋଇଥିବା ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.