Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୫ ବର୍ଷ ପରେ ଦୁର୍ଲଭ ନାଗାର୍ଜୁନ ବେଶରେ ସଜେଇ ହେବେ ଶ୍ରୀଜିଉ, ଆରମ୍ଭ ହେଲା ପ୍ରସ୍ତୁତି
  • ||
  • କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ମିଳିଲା ଜାମିନ
  • ||
  • ମାଲକାନଗିରି : ମାଟି ତଳୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ ସାମଗ୍ରୀ ଜବତ
  • ||
  • ରାଜନଗର : ଭୋଗ ଖାଇ ୧୫୦ ଅସୁସ୍ଥ, ୩୦ ଜଣଙ୍କ ଅବସ୍ଥା ଗୁରୁତର
  • ||
  • ପାରାଦୀପ : ସମୁଦ୍ରରେ ବୁଡିଗଲା ମାଛଧରା ଟ୍ରଲର, ୫ ମତ୍ସ୍ୟଜୀବୀ ଉଦ୍ଧାର, ୪ ନିଖୋଜ
  • ||
  • ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଆଉ ୧୪୮୦କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରେନ୍‌ରେ କଟି ବାପା-ଝିଅ-ପୁଅର ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହ
  • ||
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||

ପିକ୍‌ଅପ୍ ଭ୍ୟାନ୍‌କୁ ଧକ୍କା ଦେଲା ସ୍କୁଲବସ୍ ; ଅଳ୍ପକେ ବର୍ତ୍ତିଲେ ଛାତ୍ରଛାତ୍ରୀ, ୪ଜଣ ଆହତ

4/01/2019 at 11:19 AM

ଯୋଡା ୦୪|୦୧: ପିକ୍‌ଅପ୍ ଭ୍ୟାନକୁ ଧକ୍କା ଦେଲା ସ୍କୁଲବସ୍ । ଅଳ୍ପକେ ବର୍ତ୍ତିଲେ ସ୍କୁଲ ପିଲା । ପିକ୍ଅ‌ପ୍ ଭ୍ୟାନରେ ଥିବା ୩ଜଣଙ୍କ ସମେତ ବସ୍ ହେଲପର ଆହତ । ଯୋଡ଼। ଟାଟା ଡିଏଭି ସ୍କୁଲ ନିକଟରେ ପିକ୍ଅପ୍ ଭ୍ୟାନକୁ ଧକ୍କା ଦେଲା ସ୍କୁଲବସ୍ । ସ୍କୁଲ ବସରେ ଥିବା ପାଖାପାଖି ୬୦ଜଣ ସ୍କୁଲ ପିଲା ଅଳ୍ପକେ ବର୍ତ୍ତି ଯାଇଛନ୍ତି । ୩ଜଣ ଆହତଙ୍କୁ ଟାଟା ଷ୍ଟିଲ୍ ଡାକ୍ତରଖାନାକୁ  ନିଆଯାଇଛି । ପ୍ରାଥମିକ ଚିକିତ୍ସା ପରେ ୨ଜଣଙ୍କୁ ଛାଡି ଦିଆଯାଇଛି ।

ସକାଳ ପ୍ରାୟ ୭ଟା ବେଳେ, ସ୍କୁଲ ବସ୍ ଛାତ୍ରଛାତ୍ରୀଙ୍କୁ ନେଇ ଯୋଡ଼। ସେଣ୍ଟ ଟରେସା ସ୍କୁଲକୁ ଯାଉଥିଲା । ତେବେ ଡିଏଭି ସ୍କୁଲ ଠାରୁ କିଛି ଦୂରରେ ରାସ୍ତା କଡ଼ରେ ଛିଡ଼। ହୋଇଥିବା ଏକ ପରିବା ବୋଝେଇ ପିକଅପ୍ ଭ୍ୟାନ୍କୁ ସ୍କୁଲ ବସଟି ପଛପଟୁ ଧକ୍କା ଦେଇଥିଲା । ଦୁର୍ଘଟଣା ପରେ ବସ୍ ଡ୍ରାଇଭର ସେଠାରୁ ଫେରାର ହୋଇଯାଇଥିଲା । ବସ୍ ଡ୍ରାଇଭରର ବେପରୁଆ ଗାଡ଼ି ଚାଳନା ଯୋଗୁଁ ଦୁର୍ଘଟଣା ଘଟିଥିବା କହିଛନ୍ତି ପ୍ରତ୍ୟେକ୍ଷଦର୍ଶୀ ।

   Related Posts